ୟୁନିଭରସିଟି କ୍ୟାମ୍ପସ୍‌ରୁ ମିଳିଲା ଜଣେ ପ୍ରଫେସରଙ୍କ ସମେତ ତାଙ୍କ ୮ ବର୍ଷୀୟା ଝିଅର ମୃତଦେହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୟୁନିଭରସିଟି କ୍ୟାମ୍ପସ୍‌ରୁ ମିଳିଲା ଜଣେ ପ୍ରଫେସରଙ୍କ ସମେତ ତାଙ୍କ ୮ ବର୍ଷୀୟା ଝିଅର ମୃତଦେହ। ହରିୟାଣାର ହିସାରରେ ଲାଲା ଲଜପତ ରାୟ ବିଶ୍ୱବିଦ୍ୟାଳୟର ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ (LUVAS)ର ପ୍ରଫେସର ଡାକ୍ତର ସନ୍ଦୀପ ଗୋୟଲ ଓ ତାଙ୍କ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ଅଫିସ ଭିତରେରୁ ବାପ-ଝିଅଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ସୂଚନା ମୁତାବକ,  ଗତକାଲି ସନ୍ଧ୍ୟାରେ ପ୍ରଫେସର ସନ୍ଦୀପ ଗୋଏଲ ଝିଅକୁ ବଜାରରେ ବୁଲାଇବାକୁ ନେଇଥିଲେ।

ମାତ୍ର ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଉଭୟ ନ ଫେରିବାରୁ ସନ୍ଦୀପଙ୍କ ପତ୍ନୀ ବାରମ୍ବାର ଫୋନ୍‌ କରିଥିଲେ। ମାତ୍ର ସେ ଫୋନ୍‌ ବି ଉଠାଇ ନ ଥିଲେ। ଏହାପରେ ଖୋଜାଖୋଜି କରିବାରୁ କ୍ୟାମ୍ପସ୍‌ରେ ଥିବା କାର୍ଯ୍ୟାଳୟରେ ଉଭୟ ବାପଝିଅଙ୍କ ରକ୍ତାକ୍ତ ଶରୀର ପଡ଼ି ରହିଥିଲେ। ନାବାଳିକାର ବେକରେ ଛୁରୀ ଆଘାତ ଲାଗିଥିବା ବେଳେ ସନ୍ଦୀପଙ୍କ ପେଟ, ଛାତିରେ ଆଘାତ ଲାଗିଛି।

କେହି ଦୁର୍ବୃତ୍ତ ବାପଝିଅଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି। ଏହାବାଦ ସନ୍ଦୀପ ଗତ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିବାରୁ ସେ ଏପରି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି। ଧାରୁଆ ଅସ୍ତ୍ରରେ ପ୍ରଥମେ ସେ ଝିଅକର ବେକ କାଟି ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି। ଖବର ପାଇ ପୁଲିସ୍ ପହଞ୍ଚି ଉଭୟ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.