ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ହିତାଧ୍ୟାକାରୀଙ୍କୁ ଆର୍ଥିକ ସହାୟତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ହିତାଧ୍ୟାକାରୀଙ୍କୁ ଆର୍ଥିକ ସହାୟତା | ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ତାରିଖ ୦୯.୦୩ ୨୦୨୪ ଦିନ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସର ରେ ଥ‌ିବା ସମ୍ମିଳନୀ କକ୍ଷରେ ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରା ଯାଇଛି |

ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାବ ସିନ୍ଧେ ଉପସ୍ଥିତ ରହି ହିତାଧ୍ୟାକାରୀଙ୍କୁ ଡୋମି ଚେକ ମାଧ୍ୟମରେ ଉକ୍ତସହାୟତା ପ୍ରଦାନ କରିଥିଲେ । ଏହି ଯୋଜନା ଅଧ୍ବନରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥ‌ିବା ଶିଶୁ ମାନଙ୍କୁ ଯେଉଁ ମାନେ ବୈଷୟିକ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରା ଗଲା । ଏମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଡାକ୍ତରୀ ପାଠ ପଢୁଥ‌ିବା ବେଳେ ଜଣେ ଡିପ୍ଲୋମା ଦୁଇ ଜଣ ବି.ସସ ସି ନର୍ଲିଙ୍ଗ ଏବଂ ଜଣେ ବି.ଟେକ ପଢୁଛନ୍ତି । ଉକ୍ତ ରାଶି ସିଧା ସଳକ ପାଠ ପଢୁଥ‌ିବା ଅନୁଷ୍ଠାନ କୁ ପ୍ରଦାନ କରା ଯାଇଛି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୩ରେ କୃତି କାର୍ଯ୍ୟ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ଯ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । କାର୍ଯ୍ୟ କ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣି ଶ୍ରୀମତୀ ମମତା ମୟୀ ବିଶ୍ବାଳ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ସେବା ) ଶ୍ରୀ ଆମର କୁମାର ଦେ, ପରାମର୍ଶଦାତା ଶ୍ରୀ ଦିଲୀପ କୁମାର ପଣ୍ଡା, କୋଷାଧକ୍ଷ ଶ୍ରୀ ବ୍ରଜ କିଶୋରେ ଖୁଣ୍ଟିଆ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.