କାମୁକ ଯୁବକର ଆଗେ ପଡ଼ିଥାଏ ପାପ ନଜର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କାମୁକ ଯୁବକ, କୁଆଡେ ସୁନ୍ଦରୀ ସ୍ତ୍ରୀ ଦେଖିଲେ ଏହି ଯୁବକର ଆଗେ ପଡ଼ିଥାଏ ପାପ ନଜର | ଉପଭୋଗ କରିବା ପାଇଁ କାମ ଲାଳସା ମନରେ ପୁରି ରହିଛି ଏହି ରମିଓ ଯୁବକର | ଗୋଟିଏ ନୁହଁ କି ଦୁଇଟା ନୁହଁ ୩ ତିନୋଟି ଝିଅ କୁ ବରବାଦ୍ କରିଛି ଏହି କାମୁକ ଯୁବକ | ନିଜର କାମ ବାସନା କୁ ଚତୁରତାର ସହ ମେଣ୍ଟାଇ ଚାଲୁଥିଲେ କିନ୍ତୁ ଏବେ ପଡିଛନ୍ତି ହରଡ ଘଣାରେ | ହଁ ଆଜ୍ଞା ଆମେ କହୁଛୁ, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗ୍ରାମ ର ଉତ୍କଳ କେଶରୀ ପାଲଙ୍କ କଥା | ସୁନ୍ଦରୀ ଝିଅ ମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେବା ସହ ଶାରିରୀକ ସମ୍ବନ୍ଧ ରଖେ ଆଉ ଅତି ଚତୁରତାର ସହ ସେହି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ କରି ବ୍ଲାକ୍ ମେଲିଙ୍ଗ୍ କରୁଥାଏ |

ଆଉ ଏହାକୁ ଦେଖାଇ ବାରମ୍ବାର ଶାରିରୀକ ସମ୍ବନ୍ଧ ପାଇଁ ବାଧ୍ୟ କରେ ଏବଂ ପରେ ମୋଟା ଅଙ୍କରେ ଟଙ୍କା ଦାବି କରେ | ଟଙ୍କା, ଆଉ କଥା ନ ମାନିଲେ ମାଡ଼ ମାରି ମାରଣାସ୍ତ୍ର ଦେଖାଇ ସବୁ ଲୁଟି ନିଅନ୍ତି | ତେବେ ସୂଚନା ମୁତାବକ ନଳଗଜା ଗ୍ରାମର ବସନ୍ତ ପାଲଙ୍କ ପୁଅ ଉତ୍କଳ କେଶରୀ ପାଲ ଏକ କମ୍ ବୟସର ବିଧବା ହୋଇଥିବା ସ୍ତ୍ରୀ କୁ ଗତ୨୬ତାରିଖରେ ବିଚ୍ ରାସ୍ତା ଉପରେ ମାରଧର କରିବା ସହ ମୋବାଇଲ୍ କଚାଡି ଭାଙ୍ଗି ଦେଇଥିଲେ | ତେବେ ପ୍ରକାଶ ଯୋଗ୍ୟ ଯେ କୌଣସି ଜରୁରୀ କାର୍ଯ୍ୟ ସାରି ବସ ଯୋଗେ ଘରକୁ ଫେରିବା ବେଳେ ଯୁବକ ଜଣକ ମହିଳାର ପିଛା କରିଥିଲେ | ତେବେ ବାଲେଶ୍ବର ଜିଲ୍ଳାର ବସ୍ତା ବ୍ଲକ ଅନ୍ତର୍ଗତ ଅମରଦା ରୋଡ଼ ଇନ୍ଦିରା ଛକ ନିକଟରେ ବସ୍ ରୁ ଓହ୍ଲେଇ ଚାଲିଚାଲି ଘରକୁ ଫେରିବା ବାଟରେ ହଠାତ୍ ଯୁବକ ଜଣକ ବଳ ପୂର୍ବକ ଉଠାଇ ନେଇ ରାଜଘାଟ ଷ୍ଟେସନ ପାଖରେ ମାଡ ମାରି ବେକରେ ଥିବା ସୁନା ଚେନ୍ ସମେତ ନଗଦ ୫ ହଜାର ଟଙ୍କା ଲୁଟିବା ସହ ବ୍ୟବହୃତ ୨ ଟି Android ମୋବାଇଲ କୁ କଚାଡି ଭାଙ୍ଗି ଦେଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି |

ତେବେ ପୂର୍ବରୁ ଯୁବକ ଜଣକ ଏହି ବିଧବା ଝିଅ କୁ ବିବାହ ର ପ୍ରଲୋଭନ ଦେଖାଇ ଏବଂ ନିଜର ଦୋଷ ଦୁର୍ବଳତାକୁ ଲୁଚାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ନିର୍ଯ୍ୟାତନା ଦେବା ଓ ତା’ର ନାବାଳକ ପୁତ୍ର କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା ଏବଂ ବାଟ ଘାଟରେ ବିଧବା ମହିଳା ଜଣଙ୍କୁ ବାରମ୍ବାର ହଇରାଣ ହରକତ କରୁଥିଲେ | ତେଣୁ ଯୁବକ ଙ୍କ ବିରୋଧରେ ଜୈନିକ ମହିଳା ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ତେବେ ଥାନାରେ ଅଭିଯୋଗ ସତ୍ବେ ପୋଲିସ ୧୦ ଦିନ ଧରି ମାମଲା ରୁଜୁନ କରି ବିଧବାଙ୍କୁ ବସ୍ତା ଥାନାରେ କେଶ କରିବାକୁ କହିଥିଲେ | ତେବେ ମହିଳା ଜଣଙ୍କ ମୟୁରଭଞ୍ଜ ଏସ୍ ପି ଙ୍କୁ ଅବଗତ ପରେ ରାସଗୋବିନ୍ଦପୁର ପୋଲିସ ମହିଳା ଦେଇଥିବା ନିଆଁକୁ କୌଶଳ କ୍ରମେ ବଦଳ କରାଇ ଘଟଣାଟିକୁ ଦୁର୍ବଳ କରିଦେଇଛନ୍ତି | ଏବଂ ସହଜରେ ଖସିଯିବା ଭଳି ମାମଲା ରୁଜୁ କରି ଚୁପ୍ ବସିଛନ୍ତି |ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ଯୁବକ ଙ୍କ ନାମରେ ଏକାଧିକ ମାମଲା ରହିଥିବା ଜଣାପଡିଛି | ତଥାପି ରାସଗୋବିନ୍ଦପୁର ପୋଲିସ ଉତ୍କଳକୁ ଗିରଫ ନ କରି ଘଣ୍ଟ ଘୋଡାଇ ରଖୁଥିବା ସାଧାରଣରେ ଚର୍ଚ୍ଚା ହେଉଛି |

Leave A Reply

Your email address will not be published.