ଓଡ଼ିଆ ନ୍ୟୁଜ୍: ପୁଣି ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଜଣ ଯବାନ୍ ଆହତ। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ମୃତ୍ୟୁବରଣ ସହ ଲୁଚି ଛପି ପଳାୟନ କରୁଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଜଂଗଲର ବିଭିନ୍ନ ସ୍ଥାନରେ ଏବଂ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜି ପଛରୁ ଆକ୍ରମଣ କରୁଛନ୍ତି।
ଏହି କ୍ରମରେ ଆଜି ଜିଲ୍ଲା ପୁଲିସ ଏବଂ ୨୩୧ ସିଆରପିଏଫ ବାଟାଲିୟନର ଯବାନ କିରନ୍ଦୁଲ ଥାନା ଅନ୍ତର୍ଗତ ପୁରଙ୍ଗେଲ ଗ୍ରାମ ନିକଟସ୍ଥ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ଯବାନଙ୍କୁ ଦେଖି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ୩ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ମଧ୍ୟରୁ ପ୍ରମୋଦ କୁମାରଙ୍କର ଗୋଡ ଓ ଦେହର ବହୁ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତିନି ଆହତ ଯବାନଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।