ଉପାନ୍ତ ଅଞ୍ଚଳରେ ନୂଆ-ଓ କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିନେ ବିଶ୍ବ ଜଗତର ମାନବ ସଭ୍ୟତାକୁ ସନାତନ ଧର୍ମ ବାନ୍ଧି ରଖିଥିଲା ବେଳେ ଆଜି ବିଭାଜିତ ଧର୍ମ ସଂସ୍କୃତି ଓ ପରମ୍ପରାକୁ ସର୍ବଧର୍ମ ସମନ୍ବୟର ନିଆରା ଆଧ୍ୟାତ୍ମିକ ମାର୍ଗରେ ଏକାଠି କରିବା ପାଇଁ ପୁଣି ଥରେ ଗୋଟିଏ ସମ୍ପର୍କର ସୂତାରେ ବାନ୍ଧି ରଖିଛି ଓଡ଼ିଶାର ଜଗନ୍ନାଥ ସଂସ୍କୃତି |

ଆଜି ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ ରାଜ୍ୟ ସରକାରଙ୍କ “ନୂଆ-ଓ ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ତଥା ମାଟିଲଗ୍ନା ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଯୋଗଦାନ କରି ମନ୍ତବ୍ୟ ଦେଇଥିଲେ | ଏହି ଐତିହାସିକ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ବିରାଜ କୁମାର ମଜୁମଦାର, ମୁଖ୍ୟବକ୍ତା ଭାବେ ପ୍ରଭାସିନୀ ମହାପାତ୍ର,ଅଧ୍ୟକ୍ଷା ଏସ୍ ପି ଡ଼ିଗ୍ରୀ କଲେଜ,

ଏମ୍ ଭି-୭୯, ସମ୍ମାନିତ ଅତିଥି ଗୋଦାବରୀଶ ଦାସ, କାର୍ଯ୍ଯକାରୀ ସଭାପତି ମାଟିଲଗ୍ନା, ଅଧ୍ୟାପକ ପ୍ରଭାତ କୁମାର ସୂତାର, ସମ୍ମାନିତ ଅତିଥି ଶିକ୍ଷାବିତ୍ ଜୟନ୍ତ କୁମାର ମହାଳିକ ଓ ଅଧ୍ୟାପକ ନାଲୁ ପାତ୍ର ଯୋଗ ଦେଇଥିବା ବେଳେ ଅଧ୍ୟାପକ ଆଲୋକ କୁମାର ନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଥମେ ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୁଇଟି ପର୍ଯ୍ୟାୟ ରେ ଛାତ୍ରଛାତ୍ରୀ ଙ୍କୁ ଜଗନ୍ନାଥ ସଂସ୍କୃତି ଓ ଦକ୍ଷତା ବିକାଶ ସମ୍ପର୍କରେ ବକ୍ତାମାନେ ଅତି ଉପାଦେୟ ମତବ୍ୟ ପ୍ରଦାନ କରିଥିଲେ।

Leave A Reply

Your email address will not be published.