କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ଭଵ୍ୟପୁର୍ଣ ସ୍ୱାଗତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ଭଵ୍ୟପୁର୍ଣ ସ୍ୱାଗତ | ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ରାଇରଙ୍ଗପୁର ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପରେ ଆଜି କରଞ୍ଜିଆ ପହଁଞ୍ଚିଛି।ଏହି ପରିପେକ୍ଷିରେ ଆଜି ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ବାଉନାଶାଳ ଠାରୁ ଏକ ସଭାଯାତ୍ରା କରି ଅଣାଯାଇ ମିଳନ ପଡ଼ିଆ ଠାରେ ଭଵ୍ୟପୁର୍ଣ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଏହି ରଥ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରିଥିଲା।ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ସଭାପତିତ୍ବ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ଉପାଧ୍ୟକ୍ଷ ସ୍ଵରୁପ କୁମାର ପରିଜା ୱାର୍ଡ କାଉନସିଲର ଇ.ଏନ.ଏସ-ପ୍ରିୟଙ୍କା,କଳ୍ପନା ପାତ୍ର,ସୁଲୋଚନା ପୁଥାଳ,ନିରାକାର ପାତ୍ରଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଂଯୋଜକ କୃପାସିନ୍ଧୁ ମହାନ୍ତ,ସମାଜସେବୀ ନବ କିଶୋର ପଣ୍ଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।ତେବେ ଉପସ୍ଥିତ ମହିଳା ମାନେ ବନ୍ଦାପନା କରି ରଥକୁ ସ୍ୱାଗତ କରିଥିଲେ।ପରେ ପରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଯେପରି ସମଗ୍ର ଭାରତବାସୀ ଉପଭୋଗ କରନ୍ତି ସେ ବିଷୟରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମ ପରିଚାଳନା ସୌଭାଗ୍ୟ ପଟ୍ଟନାୟକ କରିଥିଲେ। ଏହି ସଭାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ଓ ଜନସାଧାରଣ ଉପସ୍ଥିତ ରହି ଆମ ଦେଶକୁ ଏକ ଶପଥପାଠ କରିଥିଲେ।ସଭାରେ ଏଲଇଡି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ପ୍ରସାରଣ ପରେ ଦେଶକୁ ସମସ୍ତ ଦୃଷ୍ଟି କୋଣରୁ ଶ୍ରେଷ୍ଠ ଗଢ଼ି ତୋଳିବା ପାଇଁ ଶପଥପାଠ କରାଯାଇଥିଲା। ତାସହିତ ଏହି ସଭାରେ ମାଗଣା ସ୍ୱାସ୍ଥ୍ୟ ଶିବିର, ବିଭିନ୍ନ କେନ୍ଦ୍ର ସରକାରଙ୍କ ଯୋଜନା ପାଇଁ ଆବେଦନ ପଞ୍ଜିକରଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରାଯାଇଥିଲା। ପରିଶେଷରେ ଉପାଧ୍ୟକ୍ଷ ସ୍ଵରୁପ କୁମାର ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.