କରଞ୍ଜିଆ ଠାରେ ନିଆଁ ନିବାରଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆ ଠାରେ ନିଆଁ ନିବାରଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ | କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସଭାଗୃହ ଠାରେ ବନଖଣ୍ଡ ଅଧିକାରି ଶ୍ରୀକାନ୍ତ ନାଏକଙ୍କ ସଭାପତିତ୍ବରେ ଶୁକ୍ରବାର ଦିନ ଦିବା ସାଢେ଼ ଏଗାର ଘଟିକା ଠାରୁ ନିଆଁ ନିବାରଣ ଓ ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ ଥିବା ଆଗଧାଡିର କର୍ମଚାରୀଙ୍କ ପାଇଁ ଏକ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହେଉଛି ।

କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପାଞ୍ଚପୀଡ଼ ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, କରଞ୍ଜିଆ ଥାନା ଅଧିକାରୀ ନିରଜ କୁମାର ମଲିକ କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ ସୁତାର,କରଞ୍ଜିଆ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତ, ପାଞ୍ଚପିଢ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ତ୍ରିପାଠୀ,ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରକୁ ଏସିଏଫ୍ ମଦନ ମୋହନ ମହାନ୍ତ ପରିଚାଳନା କରିଥିବାବେଳେ କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର୍ ସ୍ବାଇଁ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ କିଶୋର କୁମାର୍ ପାଣିଗ୍ରାହୀ,ସାତକୋଶିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ମହାନ୍ତଙ୍କ ସମେତ ସମସ୍ତ ବନାଞ୍ଚଳର ବନପାଳ,ବନରକ୍ଷୀ, ବନ ସୁରକ୍ଷା ସମିତି ର ସଦସ୍ୟ ସଦସ୍ୟା ଏବଂ ଉପଖଣ୍ଡ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ ।

ତେବେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ ଏବଂ ଜଙ୍ଗଲ ରେ ନିଆଁ ନ ଲଗେଇବା ତା ବାବଦକୁ ଅତିଥି ଗଣ ଉପସ୍ଥିତ ଥିବା ସମସ୍ତ ଙ୍କୁ ସଚେତନତା କରରେଇବା ପାଇଁ ଅନୁରଧ କରିଥିଲେ | ଉକ୍ତ ଶିବିରରେ ମାଷ୍ଟର ଟ୍ରେନର ଭାବେ ସୁବ୍ରତ ବିଶ୍ବାଳ ଯୋଗ ଦେଇ ନିଆଁ ନିବାରଣ ତଥା ଜଙ୍ଗଲ ସୁରକ୍ଷା ବାବଦକୁ ବିଭିନ୍ନ କୌଶଳ ଅବଲମ୍ବନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ନିଆଁ ନିବାରଣ ବାବଦକୁ ସଚେତନ କରିବା ପାଇଁ ସ୍କୁଲ,କଲେଜର ବିଦ୍ୟାର୍ଥୀ,ଜଙ୍ଗଲ ନିକଟସ୍ଥ ଗ୍ରାମବାସୀଙ୍କୁ ନେଇ ସଚେତନତା କାର୍ଯକ୍ରମ ମାନ ଆୟୋଜନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ଚାନ୍ଦ ପରାମର୍ଶ ଦେଇଥିଲେ |

Leave A Reply

Your email address will not be published.