ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ଜନତା ପାର୍ଟି ପକ୍ଷରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ | ଦୀର୍ଘ ୫୦୦ ବର୍ଷ ସଂଘର୍ଷ ପରେ ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ଠାରେ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି |
ଏ ନେଇ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ସାରା ଓଡିଶାର ମନ୍ଦିର, ମଠ ତଥା ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡିକୁ ସଫେଇ କରାଯାଉଛି | ସେହିଦିନ ପୁଣି ମନ୍ଦିରମାନଙ୍କର ଅନ୍ନପ୍ରସାଦ ବ୍ୟବସ୍ଥା ସହ ଭଜନସଂନ୍ଧ୍ୟା କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳିଛି | ଏହି ପରିପ୍ରେକ୍ଷୀରେ ଆଜି ଅଳାଁଡୁବାସ୍ଥିତ ଶ୍ରୀ ରାଧାକୃଷ୍ଣ ମଠ ମନ୍ଦିରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା |
ଏଥିରେ ମୁଖ୍ୟତଃ ଭାବେ ଭାରତୀୟ ଜନତା ପାର୍ଟି ରାଜ୍ୟ ସାଧାରଣ ସଂପାଦକ ଏସ ଟି ମୋର୍ଚ୍ଚା ଇଂ ରାମଚନ୍ଦ୍ର ହାଁସଦାଃ, କାଉସିଲର ତଥା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ, କାଉସିଲର ଦେବାଶିଷ ନାୟକ, ମଣ୍ଡଳ ସଭାପତି ଲକ୍ଷ୍ମଣ ମହାନ୍ତ, ଜ୍ୟୋତି ପ୍ରକାଶ ରଣା, ଜିଲ୍ଲା ଉପ ସଭାପତି ମିଥିଳା ଟୁଡୁ, ପୂର୍ବତନ ଜିଲ୍ଲାପରିଷଦ ପେଲାମ ଚାଟାର, ଭାଗବତ ମହାନ୍ତ, କିଶୋର ରଜକ, ରାଜଶ୍ରୀ ସିଧୁ, ରାଜ୍ୟ କୋଡିନେଟର ଗୋପିନାଥ ଟୁଡୁ ତଥା ୱାର୍ଡ ନଂ ୯ ଓ ୧୦ ର ମା ଓ ଭଉଣୀମାନେ ସହଯୋଗ କରିଥିଲେ |