ନୂଆ ଓଡିଶା କାର୍ଯ୍ୟକ୍ରମର ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆ ଓଡିଶା କାର୍ଯ୍ୟକ୍ରମର ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ | ନୂଆ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଦ୍ବାରା ଲୁକାୟିତ ଯୁବ ପ୍ରତିଭାକୁ ସମାଜ ଆଇନାକୁ ଆଣିବା ,ଏହିପରି ଭବ୍ୟ କାର୍ଯ୍ୟକ୍ରମ ରାଇରଙ୍ଗପୁର ସହରସ୍ତ ପୁରୁଣାପାଣିସ୍ଥିତ ଏସ ଏସ ଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆ ଓଡିଶା ର ଉଦଯାପନୀ ଉତ୍ସବ ସଭାପତି ତଥା ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଆଇ ଟି ଡି ଏ ରାଇରଙ୍ଗପୁର ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ସାମଲ, ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧକାରୀ ଶ୍ରୀଯୁକ୍ତ ଭାଗିରଥୀ ମହାନ୍ତି, ସମ୍ମାନିତ ବକ୍ତା ରାଇରଙ୍ଗପୁର ମହାବିଦ୍ୟାଳୟ ଓଡିଆ ଅଧ୍ୟାପିକା ଡଃ ତନ୍ମୟୀ ରଥ, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିପ୍ରାରାଣୀ ମହାନ୍ତ, ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପିକା ସେବାରାଣୀ ହାଁସଦାଃ, ସ୍ତମ୍ଭକାର ଲଳିତ କୁମାର ମହାନ୍ତ, ପ୍ରଧାନ ଶିକ୍ଷୟତ୍ରୀ ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମାଳୟା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ |

ସଭାପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ ପରେ ଉଚ୍ଚ ମାଧ୍ୟମିକ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା | ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ୟ ଦେବାପରେ ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ସଂସ୍କୃତି ବିଷୟରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ | ମୁଖ୍ୟ ବକ୍ତା ସାହିତ୍ୟ ସମାଜର ମୁଖ୍ୟ ଆଇନା କହିଥିଲା ବେଳେ ସମ୍ମାନିତ ବକ୍ତା ଶ୍ରୀ ଜଗନ୍ନାଥ ଚେତନା ସମ୍ପର୍କରେ ଆମୂଳଚୂଳ ଆଲୋଚନା ରଖିଥିଲେ | ସ୍ତମ୍ଭକାର ଶ୍ରୀ ଜଗନ୍ନାଥ ସାହିତ୍ୟ ବିଷୟରେ ବିଷଦ ବର୍ଣ୍ଣନା କରିଥିଲେ | ଏହା ପରେ ପୁରସ୍କାର ବିତରଣୀ ପର୍ବରେ ଓଡିଆ ସାହିତ୍ୟ ପ୍ରତିଯୋଗିତାରେ କ୍ଷୁଦ୍ରଗଳ୍ପ, ହସ୍ତାକ୍ଷର, ପ୍ରବନ୍ଧ, ସ୍ଲୋଗାନ, ଭଜନ, କୁଇଜ୍ ଓ ବକୃତା ରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ |

ଉକ୍ତ ଭବ୍ୟ ସଭାରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଗଣିତ ଅଧ୍ୟାପକ ଶ୍ରୀକାନ୍ତ ବେହେରା ଦେଇଥିଲା ବେଳେ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ସଭାକୁ ଅଧ୍ୟାପକ ଚିନ୍ମୟ ଚିରଂଜୀବ ମହାନ୍ତି ପରିଚାଳନା କରିଥିଲେ | ଏହି ମହନୀୟ କାର୍ଯ୍ୟକ୍ରମରେ ଅଧ୍ୟାପିକା ଭାଗ୍ୟଶ୍ରୀ କର, ରାଜଶ୍ରୀ ରାଉତ, ଅଧ୍ୟାପକ ଅସିତ କୁମାର ପ୍ରଧାନ ଓ ରାମ ହେମ୍ବ୍ରମ ପ୍ରମୁଖ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରୀଗଣ ଯୋଗ ଦେଇଥିଲେ |

Comments are closed.