ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଅନୁଷ୍ଠିତ | ରାଇରଙ୍ଗପୁର ସହରସ୍ତ ମହୁଲଡିହାଁ ଅଧିନସ୍ତ ଡିକେଏମସି ପଡିଆ ଠାରେ ଦ୍ବିତୀୟ ବର୍ଷ ସାମର କପ୍ ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୪ ଗତ ଏପ୍ରିଲ ୬ ଓ ୭ ତାରିଖ ଦୁଇଦିନ ଧରି ଏମସିସି କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ୧୬ଟି ଟିମ୍ ଝାଡଖଣ୍ଡ ଓ ଓଡିଶାର ବିଭିନ୍ନ ସ୍ଥାନରୁ ଅଂଶଗ୍ରହଣ କରିଥିଲେ | ଉଦଘାଟନୀ ସମାରୋହରେ ୨ନଂ ୱାର୍ଡ କାଉସିଲର ସୁକଦେବ ବେହେରା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ | ଏହାପରେ କ୍ରିକେଟ୍ ଖେଳ ଆରମ୍ଭ ହୋଇଥିଲା | ଏହି କ୍ରିକେଟ୍ ପ୍ରତିଯୋଗିତା ଦେଖିବାପାଇଁ ବହୁ ଖେଳପ୍ରେମୀ ଓ ସ୍ଥାନୀୟ ଲୋକେ ଯୋଗ ଦେଇଥିଲେ | ଏହାପରେ ଫାଇନାଲ ମ୍ୟାଚ୍ ବାବା ଏକ୍ସ ଆଇ (ସିମିଳିନାଳୀ) ସହିତ ସାରନା ସ୍ପୋଟିଂ (ବିଶୋଇ) ମଧ୍ୟରେ ହୋଇଥିଲା | ଏହି ଭବ୍ୟ ଉଦଯାପନୀ ସମାରୋହରେ ରାଇରଙ୍ଗପୁର ବିଧାନସଭା ପାର୍ଥୀ ରାଇସେନ ମୁର୍ମୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ ଯୋଗ ଦେଇ ଚମ୍ପିୟାନ ଭାବେ ବାବା ଏକ୍ସ ଆଇ ଦଳକୁ ୧୫ ହଜାର ଟଙ୍କା ଚେକ ଏବଂ ରନସ୍ ଅଫ୍ ଭାବେ ସାରନା ସ୍ପୋଟିଂ ଦଳକୁ ୧୦ ହଜାର ଟଙ୍କାର ଚେକ୍ ଦେଇ ପୁରସ୍କୃତ କରିଥିଲେ |

ଏଥିରେ କମିଟିର ସଭାପତି ଅମିତ ସିଂ ମୋଦକ, ସଂପାଦକ ନାରାୟଣ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ କିଶୋର ରଜକ, ସତ୍ୟଜିତ, ଧୀରେନ୍ଦ୍ର, ଜଗନ୍ନାଥ, ବିଦ୍ବାନ, ଚନ୍ଦନ, ଜଗା, ଟିଟନ, ଚେମା, ସ୍କୋରର ପପି, ଆଶିଷ, ହରି ତଥା ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |

Leave A Reply

Your email address will not be published.