ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରୁ ହଟିଲା ଭିକେ ପାଣ୍ଡିଆନଙ୍କ ନାମ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରୁ ହଟିଲା ଭିକେ ପାଣ୍ଡିଆନଙ୍କ ନାମ। ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି । ।

୫-ଟି ଅଧ୍ୟକ୍ଷ ନାମରେ ଏକ ସରକାରୀ ଅଧୀକାରି କ୍ଷମତାକୁ ମାଡି ବସିଥିବା ଭିକେ ପାଣ୍ଡିଆନଙ୍କର ଏହି ଦଖଲକୁ ନିର୍ବାଚନ କମିଶନର ଶେଷରେ ବେଆଇନ ଦର୍ଶାଇଥିବା ନେଇ ବିଜେପି ପକ୍ଷରୁ କୁହାଯାଇଛି । ଗତ ଏପ୍ରିଲ 4 ତାରିଖରେ ଏହି ଅଭିଯୋଗ ଆଣିଥିଲା ବିଜେପି । ତେବେ ସୂଚନା ଅନୁସାରେ, ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ରାଜନୀତି କରୁଥିବା ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କିଭଳି କାମ କରିପାରିବେ ବୋଲି ଗତ ଏପ୍ରିଲ ୪ ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆପତ୍ତି ଉଠା ଯାଇଥିଲା।ସେ ନେଇ ସି-ଭିଜିଲ ଆପରେ ଅଭିଯୋଗ କରାଯାଇଥିଲା । ଏହା ପରେ ପାଣ୍ଡିଆନଙ୍କୁ ହଟାଯାଇଥିବା ବିଜେପି କହିଛି ।

ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଉଲ୍ଲଂଘନ କରୁଥିବା BJP ଅଭିଯୋଗ ଆଣିଛି । କେବଳ ସେତିକି ନୁହେଁ ରାଜ୍ୟରେ ୫-ଟି ନାଁରେ ମହାଦୁର୍ନୀତି ହୋଇଛି, ଗଣତନ୍ତ୍ରର ହତ୍ୟା, ଓଡିଆ ସ୍ୱାଭିମାନର ହତ୍ୟା ହୋଇଛି ବୋଲି କହିଛି ବିଜେପି । ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭିକେ ପାଣ୍ଡିଆନ । ବିଜେପି ପକ୍ଷରୁ ଅଭିଯୋଗ କରି କୁହାଯାଇଛି, “ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.