ଉତ୍ତରାଖଣ୍ଡରେ ବଡ ଧରଣର ସଡକ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଉତ୍ତରାଖଣ୍ଡରେ ବଡ ଧରଣର ସଡକ ଦୁର୍ଘଟଣା ।  ଘାଟିରୁ ଗାଡ଼ି ଖସିବା ଫଳରେ ୭ ଜଣ ନେପାଳୀ ପ୍ରାଣ ହରାଇଛନ୍ତି। ଗାଡ଼ିଟି ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ଭୟଙ୍କର ଦୁର୍ଘଟଣାରେ 8 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି । ନୈନତାଲ ଜିଲ୍ଲାର ବେତାଲଘାଟ ଉଚ୍ଚୋକୋଟ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।

ଦୁର୍ଘଟଣା ସମୟରେ କାର୍‌ରେ ମୋଟ 10 ଜଣ ଯାତ୍ରୀ ରହିଥିଲେ । ଘଟଣାରେ ୭ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ହସ୍ପିଟାଲରେ ଗୁରୁତର ରହିଛନ୍ତି। SDRF ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଚଳାଇଛି। ସୂଚନା ମୁତାବକ ୮ ଜଣ ଯାତ୍ରୀ ନୈନିତାଲରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଫେରିବା ବାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଡ଼ିଟି ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳ ଖାଇକୁ ଖସିପଡ଼ିଛି।

ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ହେବା କାରଣରୁ ଉଦ୍ଧାର କାର୍ଯ୍ୟ କଠିନ ସହିତ ବିଳମ୍ବ ହୋଇଥିଲା । ତେବେ ଗତକାଲି(ରବିବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ଯାଇଥିଲା କାର୍ । ତେବେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ନେପାଳୀ ବୋଲି କୁହାଯାଉଛି । ଏହି ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ଉଦ୍ୟମ ପରେ ସମସ୍ତ ମୃତଦେହକୁ ଖାଇରୁ ବାହାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.