ଆଜି ଓଡିଶା ଆସୁଛନ୍ତି ନିତିନ ଗଡ଼କରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟରେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ସବୁଠି ପ୍ରଚାରକୁ ଜୋରଦାର କରାଯାଉଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଜି ନବରଙ୍ଗପୁରର ଏକାଧିକ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ସେହିପରି କ୍ୟାମ୍ପେନ୍ ପାଇଁ ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।

ଗଡ଼କରୀ ପୁରୀ ଗସ୍ତରେ ଯାଇ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛ। ସେହିପରି ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ। ଏହାପରେ ଅପରାହ୍ଣ ୩ଟା ୩୦ ମିନିଟରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିରାଟ ସମାବେଶକୁ ସମ୍ବୋଧିତ କରିବେ । ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ଷ୍ଟାର କ୍ୟାମ୍ପେନର ନୀତିନ ଗଡକରୀ । ସେପଟେ ପ୍ରଚାର ପାଇଁ ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମଧ୍ୟ ଓଡିଶା ଗସ୍ତରେ ଆସୁଛନ୍ତି।

ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଆସନ୍ତାକାଲି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟ୍ ଗ୍ରହଣ ତାରିଖ ଯେତିକି ପାଖୋଉଛି ବିଜେପିର କେନ୍ଦ୍ର୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ପ୍ରଚାର ତାତିକୁ ସରଗରମ କରିଛି।

Leave A Reply

Your email address will not be published.