ଲଙ୍ଗଳେଶ୍ବରରୁ ବିଜେଡିର ପ୍ରଚାର ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଙ୍ଗଳେଶ୍ବରରୁ ବିଜେଡିର ପ୍ରଚାର ଆରମ୍ଭ।ସୂଚନା ଅନୁସାରେ ଆଜି ସକାଳ ଦଶଟା ସମୟରେ ବସ୍ତା ବିଜେଡି ପକ୍ଷରୁ ସାଂସଦ ଓ ବିଧାୟକ ପ୍ରାର୍ଥୀ ଙ୍କ ଦ୍ଵାରା ଲଙ୍ଗଳେଶ୍ବର ଠାରୁ ନିଖିରା ପଞ୍ଚାୟତ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା କରାଯାଇଛି।

ଏଥିସହିତ ନିଖିରା ପଞ୍ଚାୟତ ର ମଝିପଡା ଠାରେ ଆୟୋଜିତ ସାଧାରଣ ସଭାରେ ଉଭୟ ପ୍ରାର୍ଥୀ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ଦେବା ସହିତ ଆସନ୍ତା ସାଧାରଣ ନିର୍ବାଚନ ରେ ଉଭୟ ପ୍ରାର୍ଥୀ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ। ତତସହିତ ୨୦୨୪ରେ ପୁଣି ଥରେ ନବୀନ ପଟ୍ଟନାୟକ ଙ୍କୁ ରାଜ୍ଯ ରେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ |

ବିଧାୟକ ଭାବେ ସୁବାସିନି ଜେନା ଓ ସାଂସଦ ଭାବରେ ଲେଖାଶ୍ରୀ ସାମନ୍ତସିଂହାର ଙ୍କୁ ଜିତେଇବାକୁ ନିବେଦନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା, ବାଲେଶ୍ଵର ପ୍ରଭାରୀ ରଣଜିତ ମହାପାତ୍ର, ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ, ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଏକ ତାରିଖ ଦୁଇଟି ଶଙ୍ଖ ଚିହ୍ନ ରେ ବଟନ୍ ଦବାଇ ବାକୁ ନିବେଦନ କରିଥିଲେ।

Leave A Reply

Your email address will not be published.