ହଜାର ହଜାର ନେତା ଏବଂ କର୍ମୀକୁ ନେଇ ପହଞ୍ଚିଲେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପଦ୍ମଚରଣ ହାଇବୁରୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହଜାର ହଜାର ନେତା ଏବଂ କର୍ମୀକୁ ନେଇ ପହଞ୍ଚିଲେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପଦ୍ମଚରଣ ହାଇବୁରୁ | କରଞ୍ଜିଆ ବିଧାନସଭା କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ସମର୍ଥକ ମାନଙ୍କର ଏକ ବିରାଟ ଶୋଭାଯାତ୍ରା ସହରରେ ପରିକ୍ରମା କରିଥିଲା।

ବିଶେଷ କରି ଗରମକୁ ଖାତିରି ନକରି ବିଜେପିର ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ନିଜର ପରାକ୍ରମ ଆଜି କରଞ୍ଜିଆରେ ଦେଖାଇଛନ୍ତି | ହଜାର ହଜାର ସଂଖ୍ୟାରେ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇ କେଉଁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ଓ଼ ପଦ୍ମଚରଣ ହାଇବୁରୁ ଙ୍କୁ ସମର୍ଥନ ଜଣାଇଥିଲେ । ନାମାଙ୍କନ ସମୟରେ ପ୍ରବଳ ଜନସମାଗମ ବିରୋଧୀ ଶିବିରରେ ହଟଚମଟ ସୃଷ୍ଟି କରିଥିବା ବେଳେ ବିଜେପି ପ୍ରତି କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଭଲପାଇବା ଦେଖି ବିରୋଧୀ ନେତାଙ୍କ ଚିନ୍ତା ବଢିଯାଇଛି ।

ଆଜି ସକାଳ ପ୍ରାୟ ୧୦ଘଟିକା ସମୟରେ ରେ ସ୍ଥାନୀୟ ଫରେଷ୍ଟ ଅଫିସ ଛକ ନିକଟରେ ପହଞ୍ଚିଥିଲେ ବିଧାନସଭା ପ୍ରାର୍ଥ ପଦ୍ମଚରଣ ହାଇବୁରୁ ସାଙ୍ଗରେ ଉପସ୍ଥିତ ଥିଲେ କେଉଁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ସମେତ ନିଜର ହଜାର ହଜାର ବିଜେପି କର୍ମୀ ଓ ସମର୍ଥକ| ସେଠାରୁ ଏକ ବିରାଟ ପଟୁଆରରେ ସଭାଯାତ୍ରା ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ | ସେଠାରେ ପଦ୍ମଚରଣ ହାଇବୁରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କାରିଥିଲେ | ତେବେ ସେ ଆଗକୁ ନିର୍ବାଚନ ଜିତିବା ପାଇଁ ବେଶ୍ ଆଶାବାଦୀ ଅଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଗ୍ୟାରେଣ୍ଟି ମୁଦ୍ଦା ନେଇ ଲୋକଙ୍କ ପାଖକୁ ପହଞ୍ଚିବେ ବୋଲି କହିଛନ୍ତି।

Leave A Reply

Your email address will not be published.