ଆଉ ଶୁଭିବନି ‘ହେଇ ଅନାନି’

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଉ ନାହାନ୍ତି ରାଇ ଭାଇ । ହଁ ରାଇ ଭାଇ ଏଇ ତକ ନାଁ ହିଁ ଓଲିଉଡ ଓ ଜଲିଉଡ ପାଇଁ ଥେଷ୍ଟ । ସେ କେତେବେଳେ ନାଗିନା ତ କେତେବେଳେ ଝାମୁଣ୍ଡା । କେତେବେଳେ ନାଗା ତ ଆଉ କେତେବେଳେ ଡେଗା । ଏମିତି ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ଛାଡ଼ିାଇଛନ୍ତି ନିଖୁଣ ଅଭିନୟର ଛିଟା। ଖଳନାୟକ ଚରିତ୍ରରେ ଅଭିନୟ କରି ଛାତି ଥରେଇ ଦେଉଥିବା ରାଇମୋହନ ବାସ୍ତବ ଜୀବନରେ ଥିଲେ ଜଣେ ଦରଦୀ ମଣିଷ । ଏକଥା ତାଙ୍କୁ ଅତି ପାଖରୁ ନହେଲେ ବି ଦୂରରୁ ଦେଖିଥିବା ଲୋକଟେ ସହଜରେ କହିଦେଇାରେ । ତେବେ ଓଲିଉଡ ଓ ଜଲିଉଡର ସେଇ ବେତାଜ ବାଦଶାହା ଆଜି ଆମ ସମସ୍ତଙ୍କୁ ପରକରିଦେଛନ୍ତି । ୫୯ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ରାଇଭାଇ । ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

୧୦ ଜୁଲାଇ ୧୯୬୩ରେ କେନ୍ଦୁଝରରେ ଜନ୍ମଗ୍ରହଣ କରିଥିବା ରାଇମୋହନ ପିଲାଟି ବେଳୁ ହିଁ ଥିଲେ ଅଭିନୟ ପ୍ରତି ଆକୃଷ୍ଟ। ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରୁ ଆରମ୍ଭ କରିଥିଲେ ଅଭିନୟ। ଅଭିନୟ ପ୍ରତି ତାଙ୍କର ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ପଠାଇଥିଲେ । ଏହାପରେ ରାଇମୋହନଙ୍କର ଅଭିନୟ କ୍ୟାରିଅର ଆରମ୍ଭ ହୋଇଥିଲା। ‘ରଣଭୂମି’, ସିଂହବାହିନୀ, ‘ସରପଞ୍ଚ ବାବୁ”, “କୁଳ ନନ୍ଦନ’, ‘ବିଧାତା”, ‘ଆସିବୁ କେବେ ସାଜି ମୋ ରାଣୀ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନୀ’, ଡାଇଲଗ୍ ଦର୍ଶକଙ୍କ ମନରେ ଏବେବି ଜୀବନ୍ତ ରହିଛି ରହିବ ମଧ୍ୟ । ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ରାଇମୋହନ ଯାତ୍ରା ଜଗତକୁ ଚାଲି ଆସିଥିଲେ । ଯାତ୍ରାରେ ବି ତାଙ୍କର ନିଖୁଣ ଅଭିନୟ ଯିଏ ଥରେ ଦେଖିଛି ସିଏ ସାରା ଜୀବନ ହିଁ ତାଙ୍କୁ ମନେ ରଖିଥିବ, ହଁ ଏହାହିଁ ନିଶ୍ଚିତ । ତାଙ୍କ ଆବର୍ତ୍ତ ମାନରେ ତାଙ୍କୁ ଝୁରିହେଉଛନ୍ତି ଦର୍ଶକ । ସେଇ ମହାନ ଆତ୍ମାଙ୍କୁ ଓଡ଼ିଆ ନ୍ୟୁଜର ଶତ ଶତ ନମନ ।

Leave A Reply

Your email address will not be published.