ବିଜେପିରୁ କୌଣସି ଅଫର ମିଳିନାହିଁ: ଶରଦ ପାୱାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ଏହାରି ଭିତରେ ଏନସିପିର ମୁଖ୍ୟ ଥିବା ଶରଦ ପାୱାରଙ୍କୁ ନେଇ ବେଶ୍ ଚର୍ଚ୍ଚା । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଏନସିପି ସୁପ୍ରିମୋ ଶରଦ ପାୱାର ବୁଧବାର ଭାଜପାରୁ କୌଣସି ଅଫର୍‌ ମିଳି ନ ଥିବା ସ୍ପଷ୍ଟ କରିଛନ୍ତି। ଶରଦ ପାୱାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚହ୍ବାନଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ମୋତେ ଭାଜପା ପକ୍ଷରୁ କୌଣସି ଅଫର୍‌ ଦିଆଯାଇନାହିଁ। ଅଜିତ ପାଓ୍ବାରଙ୍କ ସହ ହୋଇଥିବା ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। ଭାଜପାର ଅଫର ପାଇଁ ଅଜିତ ଏବଂ ଶରଦଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହୋଇଥିବା ଚହ୍ବାନ ଦାବି କରିଥିଲେ।

ଛତ୍ରପତି ସମ୍ଭାଜୀ ନଗରରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, ଭାଜପା ଲୋକମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚାହୁଁଛି ଏବଂ ଧର୍ମ, ସମ୍ପ୍ରଦାୟ ଆଧାରରେ ଲୋକଙ୍କୁ ବିଭକ୍ତ କରୁଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସରକାରକୁ ଭାଜପା ଅସ୍ଥିର କରିଥିଲ।

Leave A Reply

Your email address will not be published.