ଗାନ୍ଧୀନଗରରେ ଆଜିଠୁ ପାରମ୍ପରିକ ମେଡିସିନ୍ ଗ୍ଲୋବାଲ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠୁ ଗୁଜୁରାଟରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଆଜି ଗୁଜରାଟ ଗାନ୍ଧିନଗରରେ ଆୟୋଜିତ ହେବ ପାରମ୍ପାରିକ ମେଡିସିନ୍ ଗ୍ଲୋବାଲ୍ ସମ୍ମିଳନୀ। ସ୍ବାସ୍ଥ୍ୟଗତ ଆହ୍ବାନର ମୁକାବିଲା ଉପରେ ହେବ ଆଲୋଚନା । ପାରମ୍ପାରିକ ଔଷଧ ବ୍ୟବହାରକୁ ନେଇ ହେବ ବିଚାରବିମର୍ଶ। ହୁ ମହାନିର୍ଦ୍ଦେଶକଙ୍କ ସହ ଯୋଗଦେବେ ଜି-୨୦ ସ୍ବାସ୍ଥ୍ୟମନ୍ତ୍ରୀ ଓ ଉଚ୍ଚ ସ୍ତରୀୟ ପଦାଧିକାରୀ ।

ବୈଜ୍ଞାନିକ, ପାରମ୍ପାରିକ ଔଷଧ ଅଭ୍ୟାସକାରୀ, ସ୍ବାସ୍ଥ୍ୟ କର୍ମୀ ଏବଂ ସମାଜିକ ସଂଗଠନର ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିବେ। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଦୁଇ ଦିନିଆ ସମ୍ମିଳନୀର ଆୟୋଜନ କରାଯାଉଛି।

Leave A Reply

Your email address will not be published.