ବଡ଼ଦାଣ୍ଡରେ ଆମିଷ ବିକ୍ରିକୁ ବାରଣ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ବଡ଼ଦାଣ୍ଡରେ ଆମିଷ ବିକ୍ରିକୁ ବାରଣ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି ଏବଂ ପୁଲିସ ପ୍ରଶାସନର ଏକ ମିଳିତ ବୈଠକ ଏପରି ନିଷ୍ପତ୍ତି ନିଆଯାଇଛି । । ଏହି ନିଷ୍ପତ୍ତିକୁ କଡାକଡି ଭାବେ ପାଳନ କରିବାକୁ ଛତିଶା ନିଯୋଗ କର୍ମକର୍ତ୍ତାମାନେ ଦାବି କରିଥିଲେ । ଦେଶ ବିଦେଶରୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଆମିଷ ବିକ୍ରି ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି । ବଡ଼ଦାଣ୍ଡରେ ଆମିଷ ବିକ୍ରି ଦ୍ୱାରା ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରମୁଖ ଧର୍ମକ୍ଷେତ୍ର ପୁରୀ ସମ୍ପର୍କରେ ଭୁଲ ବାର୍ତ୍ତା ଯାଉଛି । ଯେଉଁଥି ପାଇଁ ଘୋଷଯାତ୍ରାରୁ ବାହୁଡା ଯାତ୍ରା ପର‌୍ୟ୍ୟନ୍ତ ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ଆମିଷ ବିକ୍ରିକୁ ବାରଣ କରାଯାଇଛି।

ଏହା ସହ ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଚଳିତ ଘୋଷଯାତ୍ରା ପାଇଁ ସମସ୍ତ ସେବାୟତଙ୍କୁ ସ୍ଥାୟୀ ପାସ ପ୍ରଦାନ । ଏହି ପାସକୁ ସେବକ ପରିବାର ଇ-ଅଟୋରେ ଯାତ୍ରା ବେଳେ ବିନିଯୋଗ କରି ପାରିବେ । ବିଶେଷ କରି ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପହଞ୍ଚିବାରେ ସେବକ ପରିବାର ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଢ଼ା ଅଟୋ ଭଡା ବି ଦେବାକୁ ପଡୁଥିଲା । ନିଯୋଗ କର୍ମକର୍ତ୍ତାମାନେ ପ୍ରସ୍ତାବ ଦେଇଥିଲେ ସେବକ ମହିଳାମାନଙ୍କୁ ବ୍ୟାଟେରୀ ଆଟୋ ଯୋଗେ ମାଗଣାରେ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଯାତାୟାତ କରିବାକୁ ବ୍ୟବସ୍ଥା କରାଯାଉ । ସେବକ ମହିଳାମାନଙ୍କୁ ଏଥିପାଇଁ ପାସ ଦିଆଯିବ ।

Leave A Reply

Your email address will not be published.