ଆମାଜନ୍, ଫ୍ଲିପକାର୍ଟ ସମେତ ଅନେକ ଇ-କମର୍ସ କମ୍ପାନୀକୁ ଜାରି ହେଲା ନୋଟିସ୍, ବିକ୍ରି କରୁଥିଲେ ନକଲି ପ୍ରେସର୍ କୁକର୍

0

ସେଣ୍ଟ୍ରାଲ କନଜ୍ୟୁମର୍ ପ୍ରୋଟେକ୍ସନ୍ ଅଥରିଟି(ସିସିପିଏ) ପକ୍ଷରୁ ଇ-କମର୍ସ କମ୍ପାନୀ ଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି । ନିର୍ଦ୍ଧାରିତ ମାନକ ଅନୁସାରେ, ପ୍ରେସର୍ କୁକର୍ ବିକ୍ରି କରୁନଥିବାରୁ ନୋଟିସ୍ କରାଯାଇଛି । ସିସିପିଏ ଆମାଜନ୍, ଫ୍ଲିପକାର୍ଟ, ସ୍ନାପଡିଲ୍, ସପ୍ କ୍ଲୁଜ୍, ପେଟିଏମ୍ ମଲ୍ ଭଳି ଅନେକ ଇ-କମର୍ସ କମ୍ପାନୀକୁ ନୋଟିସ୍ ଜାରି କରିଛନ୍ତି ।

ଏହିସବୁ ଇ-କମର୍ସ ପ୍ଲାଟଫର୍ମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କ୍ୱାଲିଟି କଣ୍ଟ୍ରୋଲ୍ ର ଆଦେଶର ଉଲଂଘନ କରାଯାଉଛି । ୨୦୨୦ ଜାନୁଆରୀ ମାସ ୨୧ ତାରିଖରେ ଜାରି ହୋଇଥିବା ଘରୋଇ ପ୍ରେସର୍ କୁକର୍(କ୍ୱାଲିଟି କଣ୍ଟ୍ରୋଲ) ଆଦେଶର ଉଲଂଘନ କରି ଇ-କମର୍ସ କମ୍ପାନୀ ଗୁଡ଼ିକ ଉପରେ ସିସିପିଏ ପ୍ରେସର୍ କୁକର୍ ବିକ୍ରି ମାମଲାରେ ସୁଓ ମୋଟୋ କଗ୍ନଜେସନ୍ ନେଇଥିଲେ ।

ଆଦେଶ ମୁତାବକ, ଘରୋଇୁ ପ୍ରେସର୍ କୁକର୍ ଭାରତୀୟ ମାନକ ଆଇଏସ୍ ୨୩୪୭:୨୦୧୭ର ଅନୁରୁପ ହୋଇଥିବା ଦରକାର ଓ ଏଥିରେ ଅଗଷ୍ଟ ୨୦୨୦ରୁ ଲାଗୁ ହୋଇଥିବା ବିଆଇଏସ୍ ଲାଇସେନ୍ସ ଅଧୀନରେ ଷ୍ଟାଣ୍ଡାର୍ଡ ଚିହ୍ନ ରହିଥିବା ଆବଶ୍ୟକ । ସିସିପିଏ ଦେଶରେ ନକଲି ଜିନିଷ ବିକ୍ରି କରିବାକୁ ନେଇ ପଦକ୍ଷେପ ଉଠାଇଛନ୍ତି । ନକଲି ଜିନିଷ ବିକ୍ରି ଉପରେ ରୋକ୍ ଲଗାଇବାକୁ ଓ କନଜ୍ୟୁମର୍ ରାଇଟ୍ସ ଯାଞ୍ଚ କରିବା ପାଇଁ ଦେଶର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଗାଇଡଲାଇନ୍ ଜାରି କରାଯାଇଛି । ପ୍ରତିଦିନ ବ୍ୟବହାର କରାଯାଉଥିବା ସାମଗ୍ରୀ ଯେପରି ହେଲମେଟ୍ , ପ୍ରେସର୍ କୁକର୍, ଅନ୍ୟାନ୍ୟ ରୋଷେଇ ସାମଗ୍ରୀ, ସିଲିଣ୍ଡର୍ ଆଦି ଏଥିରେ ଅର୍ନ୍ତଭୁକ୍ତ ରହିଛି ।

Leave A Reply

Your email address will not be published.