ଏଣିକି ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ପରିବହନ ବିଭାଗକୁ ପଠାଇପାରିବେ ସାଧାରଣ ଲୋକେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଏଣିକି ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କ ଫଟୋ ଉଠାଇ ପରିବହନ ବିଭାଗକୁ ପଠାଇପାରିବେ ସାଧାରଣ ଲୋକେ।  ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଏକ ସେଣ୍ଟିନେଲ୍ ଆପ୍ଲିକେସନ୍ ଜରିଆରେ ନାଗରିକଙ୍କ ସମର୍ଥନ ଲୋଡ଼ିଛନ୍ତି। ପରିବହନ ବିଭାଗ ଶୁକ୍ରବାର ଏକ ବିଜ୍ଞପ୍ତିରେ କହିଛି ଯେ, ନାଗରିକମାନେ ନେକ୍ସଟ୍ ଜେନ mParivahan ଆପ୍ ‘ସିଟିଜେନ୍ ସେଣ୍ଟିନେଲ୍’ ବିକଳ୍ପ ମାଧ୍ୟମରେ ବିନା ହେଲମେଟରେ ଯାତ୍ରା କରିବାର ସଡ଼କ ସୁରକ୍ଷା ନିୟମର ଉଲ୍ଲଙ୍ଘନ ବିଷୟରେ ରିପୋର୍ଟ କରିପାରିବେ। ଏହି ଆପକୁ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (ଏନଆଇସି) ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସତର୍କ ନାଗରିକମାନେ ରାସ୍ତାଘାଟକୁ ସୁରକ୍ଷିତ କରିବାରେ ଯୋଗଦାନ ଦେଇପାରିବେ ଏବଂ ଏନଫୋର୍ସମେଣ୍ଟ ଟିମ୍ ପାଇଁ ଏକ ବଳ ଭାବେ କାମ କରିପାରିବେ।

ସିଟିଜେନ୍ ସେଣ୍ଟିନେଲ୍ ବିକଳ୍ପରେ ଲାଇଭ୍ ଭିଡିଓ ଏବଂ ଇମେଜ୍ ଅପଲୋଡ୍ କରି ‘ନୋ ହେଲମେଟ୍ ଉଲ୍ଲଙ୍ଘନ’ ପଞ୍ଜିକରଣ କରାଯାଇପାରିବ। ବିନା ହେଲମେଟରେ ଗାଡି ଚଳାଉଥିବାର ଫଟୋ ଓ ଭିଡିଓକୁ ସ୍ମାର୍ଟ ଫୋନରେ ଅପଲୋଡ୍ କରିବାକୁ ପଡିବ। ଇନପୁଟ୍ ଆଧାରରେ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ ପରେ ଇ-ଚାଲାଣ କଟିବ।

Leave A Reply

Your email address will not be published.