ଏବେ ସଟ ଡାଉନ୍ ତାଲିକାରେ ଦାନଗହିର ଗାଁ

0

ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଦାନଗହିର ଗାଁ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି l ଗତକାଲି ଏହି ଗାଁ ରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି l ଆଜି ସକାଳ ସତ ଟାରୁ 14 ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ 10 ଦିନ ପାଇଁ ସଟ ଡାଉନ୍ ଘୋଷଣା କରାଯାଇଛି l ପୁରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ଜେନା, ଉପଜିଲ୍ଲାପାଳ ଭବତରଣ ସାହୁ, ତହସିଲଦାର ସପନ କୁମାର ନନ୍ଦ, ଏସଡିପିଓ ଦେବଦତ୍ତ ବରାଳ, ଏବଂ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ପ୍ରମୁଖ ପହଁଚି ଦାନଗହିର ଗାଁ କୁ ସିଲ କରିଛନ୍ତି l ଉପ ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡାଙ୍କ ନେତୃତ୍ଵରେ ଅଗ୍ନିଶମ କର୍ମଚାରୀ ମାନେ ଉକ୍ତ ଗାଁ କୁ ବିଶୋଧନ କରୁଛନ୍ତି l ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ, ଯୋଗାଣ ପୁରୀ ଉପ ଜିଲ୍ଲାପାଳ ବ୍ୟବସ୍ଥା କରିବେ

Leave A Reply

Your email address will not be published.