ଓଡ଼ିଶାର ପ୍ରଜ୍ଞାପନ ପ୍ରଥମ ସ୍ଥାନ ହାସଲ କରିଛି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀର କର୍ତ୍ତବ୍ୟପଥରେ ଶୁକ୍ରବାର ଅନୁଷ୍ଠିତ ୭୫ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଆ ମହିଳାମାନେ ଛାଇ ରହିଥିଲେ। ଗଣତନ୍ତ୍ର ଦିବସରେ ପରେଡରେ ଚଳିତ ଥର ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ପ୍ରଥମ ସ୍ଥାନ ହାସଲ କରିଛି ।

ନାରୀ ସଶକ୍ତିକରଣ ଉପରେ ଅଧାରିତ ଓଡ଼ିଶାର ପ୍ରଜ୍ଞାପନ ମେଢ ବିଚାରକ ମଣ୍ଡଳି ଦ୍ବାରା ଶ୍ରେଷ୍ଠ ବିବେଚନା କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୂଚୀରେ ଗୁଜରାଟ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି । ସେହିପରି ମନ୍ତ୍ରଣାଳୟଗୁଡିକର ପ୍ରଜ୍ଞାପନ ମେଢ ମଧ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ପ୍ରଥମ ସ୍ଥାନରେ ରହିଛି । ଓଡ଼ିଶାର ପ୍ରଜ୍ଞାପନ ମେଢ କର୍ତ୍ତବ୍ୟପଥର ଶୋଭା ବଢ଼ାଇଥିଲା । ଏଥିର ଥିମ୍ ଥିଲା ବିକଶିତ ଭାରତରେ ନାରୀ ସଶକ୍ତିକରଣ ।

ଓଡ଼ିଶା ମେଢ଼ରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାଙ୍କ ଅର୍ଥନୈତିକ ଉନ୍ନତି ଓ ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା ।ଉଭୟ ପାର୍ଶ୍ୱରେ ବାଲେଶ୍ୱର ଜିଲ୍ଲା ଗୋପାଳପୁରର ଲାକ୍ଷ କଳାବିକାଶ କେନ୍ଦ୍ରର ମହିଳାମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏଥର ଜାତୀୟ ପରେଡରେ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୯ଟି ମନ୍ତ୍ରଣାଳୟର ୨୬ଟି ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.