କେନ୍ଦ୍ରାପଡା ବାଳିକା ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡା ବାଳିକା ଉଚ୍ଚ ବିଦ୍ୟାଳୟର ବନ୍ଧୁମିଳନ | କେନ୍ଦ୍ରାପଡା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଜୋସ୍ନାମୟୀ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୯୧ ବ୍ୟାଚର ଛାତ୍ରୀମାନେ ବିଦ୍ୟାଳୟ ପରିଶରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ୧୫ ରୁ ଉର୍ଦ୍ଧ୍ବ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ମଞ୍ଚରେ ଉତ୍ତରୀୟ ପୁଷ୍ପଗୁଛ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଛାତ୍ରୀମାନେ। ପ୍ରଥମେ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।୧୯୯୧ ବ୍ୟାଚର ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଏକ ଥଣ୍ଡାପାନିୟ ଜଳ ବା ଫ୍ରିଜର ମେସିନ ପ୍ରଦାନ କରିଥିଲେ।ଏହି ଫ୍ରିଜର ମେସିନ କୁ ପୁର୍ବତନ ଶିକ୍ଷୟତ୍ରୀ ଶ୍ରୀମତୀ ହରପ୍ରିୟା ଦେବୀ ଶୁଭ ଉଦ୍ଘାଟନ କରିଛନ୍ତି।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଛାତ୍ରୀମାନଙ୍କୁ ପାଠ ପଢାଇଥିବା ଶିକ୍ଷୟିତ୍ରୀଙ୍କ ଠାରୁ ସମାଜଗଠନ କ୍ଷେତ୍ରରେ ଗୁରୁଶିଷ୍ୟ ଙ୍କ ଭୂମିକା ଓ ସମ୍ପର୍କ ବିଷୟରେ ବକ୍ତବ୍ୟରେ ଉପଦେଶ ଦେଇଥିଲେ।

କେନ୍ଦ୍ରାପଡା ବାଳିକା ଉଚ୍ଚ ବିଦ୍ୟାଳୟର ୧୯୯୧ ବ୍ୟାଚ ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ପୂର୍ବତନ ପ୍ରଧାନ ଶିକ୍ଷତ୍ରୀ ଅନୁଷୟା ମିଶ୍ରଙ୍କ ପ୍ରୟାସ ରେ ଅନୁଷ୍ଠିତ ହୋଇଥିଲା ଏହି ଵ୍ୟାଚ ଛାତ୍ରୀ ମାନେ ଆରତୀ ମହାନ୍ତି,ଭାଗ୍ୟଲକ୍ଷ୍ମୀ ପତି,ବିଜୟଲକ୍ଷ୍ମୀ ଦାସ,ନମିତା ମହାନ୍ତି,ସୁନିତା ବିଶ୍ବାଳ,ରଶ୍ମିତା ପଣ୍ଡା,ଦୀପ୍ତିମୟୀ ସାହୁ,ଶ୍ରଦ୍ଧାଞ୍ଜଳି ସିଂ,ବିଷ୍ଣୁପ୍ରିୟା ଦାସ,ମମତା ମାହାଳିକ୍,ନିରୋଜବାଳା ଦାସ୍,ମିନକ୍ଷୀ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.