ତାତିରେ ଫୁଟୁଛି ଓଡିଶା, ସମ୍ବଲପୁର ସର୍ବାଧିକ ଉତ୍ତପ୍ତ ସହର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ତାତିରେ ସିଝୁଛନ୍ତି ରାଜ୍ୟବାସୀ । ଗୁଳୁଗୁଳି ଅସହ୍ୟ ହେଉଥିବାରୁ ଡହଳ ବିକଳ ହେଉଛନ୍ତି ସାଧାରଣ ଜନତା । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଅଧିକ ରେକର୍ଡ କରାଯାଇଛି।

ସମ୍ବଲପୁର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୩ ଡିଗ୍ରି ରେକର୍ଡ କରାଯାଇଛି। ତେବେ ସମ୍ବଲପୁର ବ୍ୟତୀତ ହୀରାକୁଦରେ ୪୧.୮ ଡ଼ିଗ୍ରି, ଝାରସୁଗୁଡାରେ୪୦.୪ ଡ଼ିଗ୍ରି, ଚାନ୍ଦବାଲିରେ ୪୦ ଡ଼ିଗ୍ରି, ଭୁବନେଶ୍ୱରରେ ୩୮.୮ ଡ଼ିଗ୍ରି, ବାଲେଶ୍ୱରରେ ୩୫.୮ ଡ଼ିଗ୍ରି, କେନ୍ଦୁଝରରେ ୩୫.୪ ଡ଼ିଗ୍ରି, ପୁରୀରେ ୩୪ ଡ଼ିଗ୍ରି, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରି ଓ ଗୋପାଳପୁରରେ ୩୩.୨ ଡ଼ିଗ୍ରି ପାରା ଛୁଇଁଛି।

ଆଗାମୀ ୪ରୁ ୫ ଦିନ ଯାଏଁ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି। ଯଦି କାଳବୈଶାଖୀ ବର୍ଷା ନହୁଏ, ତେବେ ତାପମାତ୍ରା ୪୨ ଡିଗ୍ରି ପର୍ଯ୍ୟନ୍ତ ରହିପାରେ।

Leave A Reply

Your email address will not be published.