୧୦ ପ୍ରକଳ୍ପ ପାଇଁ ୭୬୯ କୋଟି ମଞ୍ଜୁର: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: CRIF ଯୋଜନାରେ ଓଡ଼ିଶାର ୧୦ଟି ପ୍ରକଳ୍ପ ପାଇଁ ୭୬୯ କୋଟି ମଞ୍ଜୁର। କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି (CRIF) ଯୋଜନାରେ ଅର୍ଥ ମଂଜୁର। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ।ରାଜ୍ୟର ବିକାଶ ଓ ଭିତ୍ତିଭୂମି ସୁଦୃଢ଼ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ।ସେମିଳିଗୁଡ଼ା-ହାଣ୍ଡିପୁଟ ଏବଂ ଲମତାପୁଟ-ମାଛକୁଣ୍ଡ ରାସ୍ତାର ଉନ୍ନତିକରଣ କରାଯିବ। ବ୍ରହ୍ମପୁର ଟାଟା ବେଞ୍ଜ୍ ଛକ ଓ ଗିରି ରୋଡ୍ ଜଙ୍କସନରେ ୨ଟି ଫ୍ଲାଏଓଭର୍ ନିର୍ମାଣ।

ନବରଙ୍ଗପୁର ଜିଲ୍ଲାର ଉମରକୋଟ-ଚନ୍ଦାହାଣ୍ଡି-ମାଲଗାଁ ରାସ୍ତା ପ୍ରଶସ୍ତିକରଣ। ଖରିଆର ରୋଡ୍-ଆମୋଦି-ବେଲଟୁକ୍ରି ରାସ୍ତା ମଧ୍ୟ ପ୍ରଶସ୍ତ ହେବ। ଝାରସୁଗୁଡ଼ା ଜିଲ୍ଲାରେ ଦଳଗାଁ-ତିଲିଆ ଓ ଚାରପାଲି-ଡଙ୍ଗାଘାଟ ରାସ୍ତା ହେବ। ରାମପେଲା ବ୍ରିଜ୍‌ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଗଜପତିର ରାମଗିରି-ଜିରାଙ୍ଗ-ନାରାୟଣପୁର ଓ ଅଡବା-ପାଣିଗଣ୍ଡା ରାସ୍ତା ପ୍ରଶସ୍ତ। ବାଲେଶ୍ୱରର ଜଳେଶ୍ୱର-ବାଟଗ୍ରାମ-ଚନ୍ଦନେଶ୍ୱର ରାସ୍ତା ଉନ୍ନତିକରଣରେ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.