ଓଡ଼ିଆ ନ୍ୟୁଜ୍: ବାଲିଅନ୍ତାରେ ମଧ୍ୟଯୁଗୀୟ ବର୍ବରତା, ଯୁବକଙ୍କୁ ପିଟିପିଟି ମାରିଦେଲେ। ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ପିଟି ପିଟି ମାରିଦେଲେ। ହାତଗୋଡ଼ ବାନ୍ଧି ଘୋଷାଡ଼ି ଘୋଷାଡ଼ି ପୋଲିସ ସାମ୍ନାରେ ପିଟିଲେ। ବାଉଁଶରେ ବାନ୍ଧି ଟେକି ବିଧା ଗୋଇଠା ମାରି ଜୀବନ ନେଇଗଲେ। ମୃତକ ଜଣେ ରେଲୱେ କନଷ୍ଟେବଲ ବୋଲି ପ୍ରାରମ୍ଭିକ ସୂଚନା।ମୃତକ ମୌଜପୁର ଗାଁର ସୌମ୍ୟରଂଜନ ସ୍ବାଇଁ। ପୋଲିସ ସାମ୍ନାରେ ଲୋକେ ଆଇନକୁ ହାତକୁ ନେବାକୁ ନେଇ ଉଠିଲା ପ୍ରଶ୍ନ।୨ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଯୁବକଙ୍କୁ ପିଟିଲେ।ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଆଉ ଜଣେ ଥାନାରେ ଅଟକ।
ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର କାଜ ନିକଟରେ ୨ଜଣ ଯୁବତୀ ଯାଉଥିବା ବେଳେ ମାତାଲ ଅବସ୍ଥାରେ ଦୁଇ ଜଣ ଯୁବକ ସେମାନଙ୍କ ସହ ବାଇକ୍ ଧକ୍କା କରିଥିଲେ । ଏହା ପରେ ବାଇକରୁ ଓହ୍ଲାଇ ଆସି ଦୁଇ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ଉପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜଣେ ଯୁବକଙ୍କ ହାତଗୋଡ଼ ବାନ୍ଧି ରାସ୍ତାରେ ଘୋଷାଡ଼ିବା ସହ ଯିଏ ଯେମିତି ପାରିଲା ମାରି ଚାଲିଲେ ।
ଯୁବକଙ୍କ ହାତ ଗୋଡ଼ ବାନ୍ଧି ବାଉଁସରେ ଝୁଲାଇ ପିଟିଥିଲେ ଲୋକେ । ବାଲିଅନ୍ତାରେ ଦେଖିବାକୁ ମିଳିଲା ମଧ୍ୟଯୁଗୀୟ ବର୍ବରତା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକଙ୍କ ରାଗ ଶାନ୍ତ ହୋଇନଥିଲା । ଶେଷରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ପୋଲିସ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ଓଲଟପୁର ଥାନା ମଉଜପୁର ଗାଁର ସୌମ୍ୟ ରଞ୍ଜନ ସ୍ବାଇଁ ବୋଲି ଜଣାପଡ଼ିଛି । ସେ ଜଣେ ରେଲଓ୍ବେ କନ୍ଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ । ସୌମ୍ୟଙ୍କ ସହ ଥିବା ଆଉ ଜଣେ ଯୁବକ ହେଲେ ଓମ୍ ପ୍ରକାଶ ମହାନ୍ତି । ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଛି ।