ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ।ମେ ୭ରୁ ବିଧାନସଭା ଭଙ୍ଗ ନେଇ ନିର୍ଦ୍ଦେଶନାମା। ମମତା ଇସ୍ତଫା ନ ଦେବାରୁ ସାମ୍ବିଧାନିକ ବ୍ୟବସ୍ଥାରେ ଭାଙ୍ଗିଦେଲେ। ମୁଁ ଇସ୍ତଫା ଦେବିନି, ମୋତେ ବହିଷ୍କାର କରନ୍ତୁ କହିଥିଲେ ମମତା।ନୂଆ ବିଧାନସଭା ଗଠନ ପ୍ରକ୍ରିୟା ଶେଷ ହୋଇଥିବାରୁ ପୁରୁଣା ବିଧାନସଭାକୁ ଭଙ୍ଗ କରାଯାଇଛି। ମେ ୪ରେ ନିର୍ବାଚନୀ ଫଳାଫଳରେ କେବଳ ଟିଏମସି ପରାଜୟ ଭୋଗିନାହିଁ ବରଂ ମମତା ବାନାର୍ଜୀ ଭବାନୀପୁରରୁ ନିଜ ସିଟ୍ ବି ବଞ୍ଚାଇ ପାରି ନାହାନ୍ତି। ୧୫ ବର୍ଷ ପର୍ଯ୍ୟନ୍ତ ଶାସନରେ ଥିବା ମମତା ବାନାର୍ଜୀଙ୍କ ଅଭେଦ୍ୟ ଦୁର୍ଗକୁ ଭେଦ କରି ବିଜେପି ୨୦୭ ସିଟ୍ ଜିତି ଐତିହାସିକ ବିଜୟ ହାସଲ କରିଛି।
ଲୋକଭବନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ଆରଏନ ରବି ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ପୂରା ହେବା ପରେ ମେ ୭ରେ ବିଧାନସଭା ଭଙ୍ଗ କରିଛନ୍ତି।