୮ ଦିନ ଧରି ଜଳୁଛି ଓଡ଼ିଶା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତକାଲିଠାରୁ କାଳବୈଶାଖୀ ପାଇଁ ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ବାୟୁ ଚଳାଚଳ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ । ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ ଜାରି ରଖିବାକୁ କୁହାଯାଇଛି ।  ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍‌ସିଂହପୁର ଜିଲ୍ଲାରେ ଆଜି ଗ୍ରୀଷ୍ମ ପ୍ରବାହ (ହିଟ୍‌‌ୱେଭ୍‌) ଜାରି ରହିଛି। ରାଜଧାନୀ ଭୁବନେଶ୍ବର ସହରରେ ଚଳିତ ଋତୁର ସର୍ବୋଚ୍ଚ ତାପମାତ୍ରା ଆଜି ୪୩.୮ ଡିଗ୍ରି ରେକର୍ଡ କରାଯାଇଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଏହା ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଆଜି ଆନ୍ଧ୍ରପ୍ରଦେଶର କଡପ୍ପାରେ ମଧ୍ୟ ତାପମାତ୍ରା ୪୩.୮ ଡିଗ୍ରି ରହିଥିଲା। ଚଳିତ ମାସ ଦ୍ବିତୀୟ ଥର ପାଇଁ ଭୁବନେଶ୍ବର ଦେଶର ଉତ୍ତପ୍ତ ସହର ପାଲଟିଛି।

ଭୁବନେଶ୍ବର ତାପମାତ୍ରା ଆଜି ସ୍ବାଭାବିକଠାରୁ ୫.୫ ଡିଗ୍ରି ଅଧିକ ରହିଥିଲା। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବାକୁ ଥିବା ବେଳେ ଓଡ଼ିଶା ଓ ତାଲିମନାଡ଼ୁର କେତେକ ସ୍ଥାନରେ ହିଟ୍‌ୱେଭ୍‌ ସ୍ଥିତି ଲାଗିରହିବ। ଏହିସବୁ ଅଞ୍ଚଳରେ ଦିନ ତାପମାତ୍ରା ୪୦ରୁ ୪୩ ଡିଗ୍ରି ମଧ୍ୟରେ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି।

Leave A Reply

Your email address will not be published.