ବଡମ୍ବା କଂଗ୍ରେସ ବିଧାୟକ ପ୍ରାର୍ଥୀ କ୍ୟାମ୍ପନିଂ ଛାଡି କର୍ମୀଙ୍କର ମୃତ୍ୟୁ ଖବର ପାଇ ଶବଧାରରେ ସାମିଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡମ୍ବା କଂଗ୍ରେସ ବିଧାୟକ ପ୍ରାର୍ଥୀ କ୍ୟାମ୍ପନିଂ ଛାଡି କର୍ମୀ ଙ୍କର ମୃତ୍ୟୁ ଖବର ପାଇ ଶବାଧାରରେ ସାମିଲ ହୋଇ କାନ୍ଧ ଦେଇ ଚର୍ଚ୍ଚାରେ| ନିର୍ବାଚନ କ୍ୟାମ୍ପନିଂ ଚାଲିଥିଲା। ହଠାତ ଖବର ଆସିଲା ଜଣେ ସକ୍ରିୟ କର୍ମୀ ଚାଲିଗଲେ।

ହଠାତ କ୍ୟାମ୍ପନିଂ ବନ୍ଦ କରି ନିଜ କର୍ମୀ ଙ୍କର ଶବ କାନ୍ଧେଇ ନେଇଛନ୍ତି ବଡମ୍ବା କଂଗ୍ରେସ ବିଧାୟକ ପ୍ରାର୍ଥୀ ସଞ୍ଜୟ ସାହୁ। ମାଣିଆବନ୍ଧ ସରାଗ ସାହି ଗାଁର ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀ ଭାଗିରଥି ପାଳ ଙ୍କର ପରଲୋକ ଖବର ପାଇ କ୍ୟାମ୍ପନିଂ ଛାଡି ନିଜ କର୍ମୀ ଙ୍କର ବାସ ଭବନ ରେ ପହଂଚି ଥିଲେ କଟକ ବଡମ୍ବା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ସାହୁ। କଂଗ୍ରେସ ର ପତାକା ଓ ଫୁଲ ମାଳ ଦେଇ ଶେଷ ଦର୍ଶନ ଲାଭ କରିଥିଲେ।

ଏପରିକି ମୃତ ନିଜ କର୍ମୀ ଙ୍କର ଶାବାଧାରରେ ନିଜକୁ ସାମିଲ କରିଛନ୍ତି । ବଡମ୍ବା ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ କରଣ, ଶରତ ସାହୁ,ଅକ୍ଷୟ ପଣ୍ଡା ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ତେବେ କଂଗ୍ରେସ କର୍ମୀ ଙ୍କର ପରଲୋକ ଖବର ପାଇ କ୍ୟାମ୍ପନିଂ ଅଧାରୁ ଛାଡି କର୍ମୀ ଙ୍କର ପରଲୋକ ଶାବାଧାରରେ କାନ୍ଧ ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.