ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଞ୍ଚାୟତ ସଦାନନ୍ଦ ପୁର ଗ୍ରାମରେ ଗତ ସୋମବାର ରାତିରେ ୫୩ ଟିକିଆ ହାତୀ ପଲ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି |
ଏହି ଗ୍ରାମର ୩ ଟି ସେଲ ପଏଣ୍ଟରେ ୧୫ ରୁ ୨୦ ଏକର ଧାନ ଫସଲ ନଷ୍ଟ ହୋଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି | ରାତିରେ ଗ୍ରାମବାସୀଙ୍କ ସହଯୋଗରେ ବନ ବିଭାଗ ହାତୀ ଘଉଡାଇଥିଲେ | ମୟୁରଭଞ୍ଜ ବାଲେଶ୍ବର ସିମାନ୍ତ ଜଙ୍ଗଲ ରେ ୭୦ ଟିକିଆ ହାତୀପଲ ଗତ କିଛି ମାସ ଧରି ଡେରା ପକାଇଛନ୍ତି |
ସେମାନେ ଦିନରେ ଜଙ୍ଘରେ ରହୁଥିବା ବେଳେ ରାତିରେ ମୟୁରଭଞ୍ଜ ଏବଂ ବାଲେଶ୍ବର ସିମାନ୍ତରେ ଥିବା ଗାଁରେ ପଶି ଉପଦ୍ରବ କରୁଛନ୍ତି,ଯାହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ଅଞ୍ଚଳବାସୀ, ତେବେ କ୍ଷତିଗ୍ରସ୍ତ ହୋଇଥିବା ଫସଲର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ |