ନୂଆ ଓଡିଶାର ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ନୂଆ ଓଡିଶାର ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଠାରେ ନୂଆ ଓଡିଶା, ଯୁବ ଓଡିଶା ନବୀନ ଓଡିଶା ଆୟୋଜିତ କାର୍ଯ୍ୟକ୍ରମରେ ବଣ ମଲ୍ଲୀ ପରି ଝଡି ପଡୁଥିବା ଲୁକାୟିତ ପ୍ରତିଭାକୁ ସମାଜର ଆଖି ସାମନାରେ ଆଣିବା ପାଇଁ ପ୍ରୟାସ ଜାରିରଖିଛି | ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଅଧ୍ୟକ୍ଷ ରବି ଶଙ୍କର ଶତପଥୀଙ୍କ ମାର୍ଗଦର୍ଶନରେ `ବିଶ୍ବ ଓଡିଆ ଭାଷା ସମ୍ମିଳନୀ´ ଏବଂ ` ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର´ ଉଦ୍ଦେଶ୍ୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓଡିଆ ସାହିତ୍ୟ ପ୍ରତିଯୋଗିତା ର ଉଦଯାପନ ଉତ୍ସବ ସଭାପତି ଅଧ୍ୟାପିକା ରାଜଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ + ୨ ଓ + ୩ ଛାତ୍ରୀଗଣ ଅଂଶଗ୍ରହଣ କରିଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅତନୁ ମହାନ୍ତି ଯୋଗ ଦେଇ ଛାତ୍ରୀମାନେ ଭବିଷ୍ୟତରେ ଉତ୍ତମ ନାଗରିକ ହୋଇ ଦେଶ ଓ ଜାତିର ନାଁ ଅର୍ଜନ କରନ୍ତୁ ବୋଲି ଉପଦେଶ ଦେଇଥିଲେ | ଉକ୍ତ ବୈଠକରେ ନୋଡାଲ ଅଫିସର ଡକ୍ଟର ରାଜେନ୍ଦ୍ର ମଣ୍ଡଳ, ଉପଦେଷ୍ଟା ଅଧ୍ୟାପକ ବିଜୟ କୁମାର ରାମ, ଅଧ୍ୟାପିକା ରେଣୁକା ମହାନ୍ତ, ପ୍ରିୟତମା ହେମ୍ବ୍ରମ, ପୁଷ୍ପଲତା ଟୁଡୁ, ସେବତୀ ବେହେରା, ଯଶୋଧାରା ମହାନ୍ତ, ରାଜଶ୍ରୀ ନାୟକ, ଅଧ୍ୟାପକ ଅବନୀ କୁମାର ନାଏକ, ବବୁଲୁ କୁମ୍ଭକାର, କାରୁ ମାର୍ଣ୍ଡି ଓ ଶ୍ୟାମ ସୁନ୍ଦର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ | ସଭାପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜଳନ ପରେ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ |

ନୋଡାଲ ଅଫିସର ଡକ୍ଟର ରାଜେନ୍ଦ୍ର ମଣ୍ଡଳ ଅତିଥି ପରିଚୟ ଦେବା ପରେ ସଭାପତି ଅଧ୍ୟାପିକା ରାଜଶ୍ରୀ ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ | ଉପଦେଷ୍ଟା ଅଧ୍ୟାପକ ବିଜୟ କୁମାର ରାମ ନୂଆ ଓଡିଶା, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଆଭିମୁଖ୍ୟ କହିବା ସହ ସଭା ପରିଚାଳନା କରିଥିଲେ | ଏହାପରେ ପୁରସ୍କାର ବିତରଣୀ ପର୍ବରେ, ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତାର କୁଇଜ୍, ବକ୍ତୃତା, ବ୍ୟାକରଣ, ପ୍ରବନ୍ଧ, ଭଜନ, ସ୍ଲୋଗାନ, ଗୀତ, କବିତା ପାଠ, କବିତା ଲିଖନ ଓ ହସ୍ତାକ୍ଷର ରେ କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥିଗଣ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ | ପରିଶେଷରେ ଅଧ୍ୟାପିକା ପ୍ରିୟତମା ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଏହି ମହାନ ଆୟୋଜନରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀବୃନ୍ଦ ପ୍ରତିକୂଳ ପାଗ ସତ୍ତ୍ବେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ |

Leave A Reply

Your email address will not be published.