କରଞ୍ଜିଆ ବନଖଣ୍ଡ ରୁ ୪କିଲୋ ୫୦୦ ଗ୍ରାମ ବଜ୍ରକପ୍ତାର କାତି ଜବତ, ୨ ଜଣ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରଖାଇ ଗାଁ ବନକର୍ମଚାରୀ ମାନେ ଜୈନେକ ବ୍ୟକ୍ତି ଙ୍କ ଘରୁ ଚଢାଉ କରି ବଜ୍ରକପ୍ତା ର କାତି ଜବତ କରିଛନ୍ତି। ଏହି ଘଟଣା ସଂପୂର୍କ୍ତରେ ୨ ଜଣ ବ୍ୟକ୍ତି ଙ୍କୁ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ଗ୍ରାମପଞ୍ଚାୟତ ଖପରଖାଇ ଗ୍ରାମର କରନ ହାଁନସଦା ଓ ବଡ଼ମହୁଲଡ଼ିହା ଗ୍ରାମର ଡୁବରାଜ ଗାଗରାଇ ବୋଲି ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଜଙ୍ଗଲ ରୁ ବଜ୍ରକପ୍ତା ଶିକାର କରି ତାର କାତି କୁ ଖାପରଖାଇ ଗ୍ରାମର କରନ ହାଁନସଦା ତାଙ୍କ ଘରେ ରଖିଥିବାର କୌଣସି ସୂତ୍ରରୁ ବନବିଭାଗ ଖବର ପାଇଥିଲା।

ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଏବଂ ସାଉତ୍ ଡି ଡି ଙ୍କ ନିର୍ଦ୍ଦେଶ କ୍ରମେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର ପାଣିଗ୍ରାହୀ, ଫରେଷ୍ଟର ନଳିନୀ କାନ୍ତ ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, ଫରେଷ୍ଟ ଗାଡି ମନୋଜ ବେହେରା,ସୁନୀଲ ସାହୁ, ପ୍ରମୋଦ ମହାନ୍ତ ଙ୍କ ସମେତ ବନବିଭାଗ ଉତ୍ତର ଓ ଦକ୍ଷିଣ ଡିଭିଜନ ର କର୍ମଚାରୀ ମାନେ ସର୍ଚ୍ଚ ୱାରେଣ୍ଟ ନେଇ ସକାଳେ ଖପରଖାଇ ଗ୍ରାମର କରନ ହାଁନସଦା ଙ୍କ ଘର ଭିତରେ ସର୍ଚ୍ଚ କରି ୪ କିଗ୍ରା ୫୦୦ ଗ୍ରାମ ଓଜନ ର ବଜ୍ରକପ୍ଟା କାତି ଜବତ କରିଥିଲେ। ଏବଂ କରନ ସମେତ ଘଟଣା ରେ ସଂପୂର୍କ୍ତ ଡୁବରାଜ୍ ଗାଗରାଇ କୁ ଗିରଫ କରି ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ କୁ ଆଣିଥିଲେ।

ଏ ନେଇ ଠାକୁରମୁଣ୍ଡା ରେଞ୍ଜ ପକ୍ଷରୁ ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ କେଶ ନମ୍ବର ୧୨୯ ଅନୁଯାୟୀ ମାମଲା ରୁଜ୍ଜୁ କରିବା ସହିତ ବନବିଭାଗ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ମିଳିତ ପେଟ୍ରୋଲିଂ ଚାଲିଥିଲେ ବି ଶିକାରୀ ମାନେ ବନ ବିଭାଗ କର୍ମଚାରୀ ଙ୍କୁ ଚକମା ଦେଇ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଶିକାର କରୁଥିବା ଘଟଣା ପ୍ରତେକ ଦିନ ସାମ୍ନାକୁ ଆସୁଛି। ତେଣୁ ବନ୍ୟଜନ୍ତୁ ଶିକାର କରୁଥିବା ଶିକାରୀ ମାନଙ୍କୁ କୋଠର ଦଣ୍ଡ ବିଧାନର ବ୍ୟବସ୍ଥା କୋଲେ ଆଗାମୀ ଦିନରେ ଶିକାର ରୋକିବା ପାଇଁ ସହାୟକ ହୋଇ ପାରନ୍ତା

Leave A Reply

Your email address will not be published.