ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲାର ଦୁଇ ଲାଞ୍ଚୁଆ ଅଧିକାରୀ ସ୍କିଲ୍ ଡେଭଲ୍ସମେଣ୍ଟ କୋଡିନେଟ୍‌ର ପ୍ରଦ୍ୟୁକ୍ତି ରଞ୍ଜନ ଭୁଆଁ ଓ ବିଶୋଇ ବ୍ଳକ ପ୍ରଜେକ୍ଟ ମ୍ୟାନେଜର ଲକ୍ଷ୍ମଣ କୁମାର ବିଶ୍ୱାଳ ବୁଧୁବାର ଅପରାହ୍ନ ରେ ୬୦ ହଜାର ଲାଞ୍ଚ ନଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଜଡିଆ ଗ୍ରାମ ପଞ୍ଚାୟତର ଲିଲିମଣୀ ଟୁଡୁ ମିଶନ ଶକ୍ତିର ଜିପିଏଲଏଫ ସ୍କିମ୍‌ର ମାଷ୍ଟର ବୁକ୍ କିପାର୍ ଚାକିରି ପାଇଁ ଦରଖାସ୍ତ କରିଥିଲେ ।

ମାତ୍ର ଏହି ଚାକିରି କରାଇଦେବା ପାଇଁ ଲାଞ୍ଚୁଆ କୋଡିନେଟ୍‌ର ଶ୍ରୀ ଭୂୟାଁ ଓ ପ୍ରୋଜେକ୍ଟ ର ମ୍ୟାନେଜର ଶ୍ରୀ ବିଶ୍ଵାଳ ୬୦ ହଜାର ଟଙ୍କା ଲିଲି ମଣୀଙ୍କୁ ଦାବି କରି ଥିଲେ । ଏ ବିଷୟରେ ଲିଲି ମଣୀ ଜିପିଏ ଲେଫ ସଭାପତି ଦେୱାଲାକିସ୍କୁଙ୍କୁ ଯଣାଇଥିଲେ । ଦେୱାଲା କିସ୍କୁ ଏନେଇ ଭିଜିଲାନ୍ସ ବିଭାଗ ଦ୍ଵାରାସ୍ଥ ହୋଇଥିଲେ । ଯୋଜନା ମୁତାବକ ବୁଧୁବାର ଅପରାହ୍ନରେ ବିଶୋଇ ବ୍ଲକ କାର୍ଯ୍ୟାଳୟ ଠାରେ କୋଡିନେଟ୍‌ର ପ୍ରଦ୍ୟୁକ୍ତି ସଭାପତି ଦେୱାଲା କିସ୍କୁଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ପରେ ୩୦ହଜାର ଟଙ୍କା ଲେଖାଏଁ ପ୍ରଜେକ୍ଟ ମ୍ୟାନେଜର ଶ୍ରୀ ବିଶ୍ଵାଳ ଓ କୋଡିନେଟ୍‌ର ଶ୍ରୀ ଭୂୟାଁ ଭାଗ ବାଣ୍ଟ କରି ନେଇଥିଲେ । ଏହି ସମୟରେ ପୂର୍ବରୁ ସେଠାରେ ଲୁଚି ରହିଥ‌ିବା ଭିଜିଲାନ୍ସ କର୍ମଚାରୀ ମାନେ ଏହି ଦୁଇ ଲାଞ୍ଚୁଆ ଅଧିକାରୀଙ୍କୁ କାବୁ କରିନେଇଥିଲେ ।

ଏଥିସହ ବାରିପଦା ସ୍ଥିତ ତୁଳସୀଚଉରା ଠାରେ ଥିବା ପ୍ରଦ୍ଯୁକ୍ତିଙ୍କ ଘର ଓ କାର୍ଯ୍ୟାଳୟ ଏବଂ ଲକ୍ଷ୍ମଣଙ୍କ ବିଶୋଇ ସ୍ଥିତ ଭଡାଘର ଓ ଭଦ୍ରକ ଠାରେ ଥିବା ଘରେ ଏକ ସଙ୍ଗେ ଚଢଉ କରାଯାଇ ବହୁ ଗୁରୁତ୍ବପୂର୍ଣ କାଗଜପତ୍ର ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ବିଭାଗରେ ୦୩/୨୪ରେ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରାଯାଇଛି ଆଜି ସେମାନଙ୍କ କୋର୍ଟ ଫୋରୱାଡ କରାଯିବ ବଲି ସୂଚନା ମିଳିଛି ଏହି ଚଢଉ ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅତିରିକ୍ତ ଭିଜିଲାନ୍ସ ଏସପି ହରେ କୃଷ୍ଣ ମାଝୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଅଧିକାରୀ ମାନେ ଚଢଉରେ ସାମିଲ ହୋଇଥିଲେ |

Leave A Reply

Your email address will not be published.