ପୌଷ ପୁର୍ଣିମା  ପାଇଁ ଚଳ ଚଞ୍ଚଳ ପଦ୍ମବନ ପୀଠ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୌଷ ପୁର୍ଣିମା  ପାଇଁ ଚଳ ଚଞ୍ଚଳ ପଦ୍ମବନ ପୀଠ । ପୌଷ ପୂର୍ଣ୍ଣିମା ଅବସରରେ ଅଚ୍ୟୁତାନନ୍ଦ ଗାଦି ନେମାଳ ପଦ୍ମବନ ପୀଠ ଉତ୍ସବମୁଖର ।

ଆଜି ମହାପୁରୁଷ ରାଜାରେଜେଶ୍ଵରୀ ବେଶ ଧାରଣ କରି ଚାରିଗୋଟି ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି l ଏହି ପରିପ୍ରେକ୍ଷୀରେ ଅଞ୍ଚଳ ତଥା ବାହାରୁ ବହୁ ସାଧୁସନ୍ଥଙ୍କ ସମେତ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ପୀଠ ଚତୁଃପାର୍ଶ୍ଵରେ ଯାଗଯଜ୍ଞ, ମହାମନ୍ତ୍ର ନାମଯଜ୍ଞ ଚାଲିଛି। ଏହି ଅବସରରେ ପଞ୍ଚସଖା ପୀଠମାନଙ୍କରୁ ଆଜ୍ଞାମାଳ ଅଣାଯାଇ ମହାପୁରୁଷଙ୍କୁ ଅର୍ପଣ କରାଯାଇ ପୂଜାର୍ଚନା କରାଯାଏ l

ବେଢ଼ା ଚତୁଃପାର୍ଶ୍ବ ଫୁଲ ଓ ଆଲୋକରେ ସୁସଜ୍ଜିତ କରାଯାଇଛି। ମଧ୍ୟାନ୍ନରେ ପଗଡି ଶୋଭାଯାତ୍ରା ସହ ସନ୍ଧ୍ୟାରେ ମହାପୁରୁଷଙ୍କର ନୀତି ନିର୍ଘଣ୍ଟ ଅନୁଯାୟୀ ମହାଆଳତି କରାଯାଇ ଶରଣ ପଞ୍ଜର, ଅଷ୍ଟଗୁଜ୍ଜରି, ନବଗୁଜ୍ଜରି, ଭଜନ, ଭାଗବତ ପାଠ କରାଯିବା ସହ ସନ୍ଧ୍ୟା ଆଳତୀ ପରେ ମହାପୁରୁଷଙ୍କୁ ଫୁଲ ଓ ତୁଳସୀ ଟାହିଆ ଲାଗି କରାଯାଇ ରୁଦ୍ର ଗୋପାଳ ବେଶରେ ସଜ୍ଜିତ କରାଯିବ ବୋଲି ପୀଠର ପୂଜକ କହିଛନ୍ତି l

Leave A Reply

Your email address will not be published.