ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆନ୍ଦୋଳନକୁ ଓଲ୍ଲାଇବାକୁ ପୁଣି ପ୍ରସ୍ତୁତ ହେଉଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ।ଶ୍ରମିକ ଭାବନରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଏଭଳି ସୂଚନା ଦେଇଛି ଶିକ୍ଷକ ମହାସଂଘ। 2013 ମସିହାର ନିୟମ ଅନୁଯାୟୀ ସମସ୍ତ ଚୁକ୍ତିଭିତିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରି ସେହି ସମୟର ବାର୍ଷିକ ବେତନ ବୃଦ୍ଧି କରି ସେମାନଙ୍କୁ ନିୟମିତ କରିବା କଥା। କିନ୍ତୁ ସରକାର ବିଧ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାଯ୍ୟକରୁଥିବା କନିଷ୍ଠ ଶିକ୍ଷକ ମାନଙ୍କୁ ପାଇଁ ଉଦାସୀନ ପାଲଟିଛନ୍ତି ।
ମାତ୍ର 1500 ଟଙ୍କା ପରିତୋଷିକାରେ କନିଷ୍ଠ ଶିକ୍ଷକ କାଯ୍ୟକରିଥିଲେ ହିଁ ରାଜ୍ୟ ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକ ମହାସଂଘର ସମ୍ପାଦକ। ସରକାରଙ୍କ ପାଖରେ ଦିଆଯାଇଥିବା 3 ଦଫା ଦାବୀକୁ ଯଥାଶୀଘ୍ର ପୂରଣ ନ କରାଗଲେ ଆଗକୁ ପ୍ରାଥମିକ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି।