ଜବତ ଗାଡିକୁ ଛାଡିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ, ଖନ୍ତାପଡ଼ା ଥାନା ଏଏସଆଇ ଓ ହୋମଗାର୍ଡ ଗିରଫ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନାରେ ଏକ ମାମଲାର ଜବତ ଗାଡିକୁ ଛାଡିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଏସ୍‌ଆଇ ଓ ହୋମଗାର୍ଡ। ଭିଜିଲାନ୍‌ସ ହାତରେ ପୁଲିସ ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର ଧରାପଡ଼ିଛନ୍ତି।ଖନ୍ତାପଡ଼ା ଥାନା ପୋଲିସ ଗତ କିଛି ଦିନ ତଳେ ଏକ ପଥର ଗାଡି ଧରିବା ସହିତ ଗାଡି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗାଡିର ମାଲିକ ହେଉଛନ୍ତି ରେମୁଣା ବ୍ଲକ ମେଣ୍ଡରା ଅଞ୍ଚଳର। ସେ ଗାଡ଼ି ନେବା ପାଇଁ କୋର୍ଟର ଆଦେଶ ଆଣିଥିଲେ। କିନ୍ତୁ ଥାନାର ଏଏସଆଇ ରତିକାନ୍ତ ଦାସ ୨୦ ହଜାର ଟଙ୍କା ଦେଲେ ଗାଡି ଛଡ଼ାଯିବ ବୋଲି କହିଥିଲେ। ତେଣୁ ଗାଡ଼ିର ମାଲିକ ଟଙ୍କା ନଦେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଭିଜିଲାନ୍ସର କହିବା ମୁତାବକ ସେ ୨୦ହଜାର ଟଙ୍କା ରତିକାନ୍ତଙ୍କୁ ଦେଉଥିବା ବେଳେ ସେ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ଦେବାକୁ କହିଥିଲେ। ତେଣୁ ଭିଜିଲାନ୍ସ ଖନ୍ତାପଡ଼ା ଥାନାରେ ପହଞ୍ଚି ଚଢ଼ଉ କରିବା ପରେ ଟଙ୍କା ସହିତ ଏଏସଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ନିଜ ହେପାଜତକୁ ନେଇଛନ୍ତି । ଟ୍ରାପ ପରେ ଏଏସଆଇ ରତିକାନ୍ତ ଦାସଙ୍କର ତିନୋଟି ସ୍ଥାନରେ ଭିଜିଲାନ୍ସ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି।

Leave A Reply

Your email address will not be published.