୫ ଦିନ ପରେ ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫ ଦିନ ପରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ର ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି। ଓମ୍ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ |

ସୂଚନ ମୁତାବକ,  ଗତ ୮ ତାରିଖରେ ୪ ଜଣ ସାଙ୍ଗ ତାପଙ୍ଗ ଖଣି ପୋଖରୀକୁ ବୁଲିବାକୁ ଆସିଥିଲେ। ସେଠାରେ ରିଲ୍ସ କଲାବେଳେ ଖଣି ପୋଖରୀରେ ବୁଡି ଯାଇଥିଲେ ଦୁଇ ଜଣ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଓମ୍‌ଙ୍କର ପତ୍ତା ମିଳିନଥିଲା। ପରେ NDRF, ଓଡ୍ରାଫ୍ , ନାଭାଲ ଟିମ୍ ସହ ଅଗ୍ନିଶମ ବାହିନୀ ଓମ୍‌ଙ୍କୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ୨୦୦ ଫୁଟର ଗଭୀର ପାଣିରେ ସର୍ଚ୍ଚ ଅପରେସନ୍ ହୋଇଥିଲା।

ପରେ କ୍ୟାମେରା ଓ ରୋବଟ୍‌ ମଧ୍ୟ ଓମଙ୍କୁ ଖୋଜିବାରେ ବିଫଳ ହୋଇଥିଲା। ଆଜି ୫ ଦିନ ପରେ ଓମଙ୍କ ମୃତଦେହ ମିଳିଛି। ତାପଙ୍ଗର ଏହି ଖଣି ଅଞ୍ଚଳ ପାହାଡ଼ ଓ ନୀଳ ଜଳରାଶି ପାଇଁ ଲଦାଖର ଭ୍ରମ ସୃଷ୍ଟି କରୁଛି। ତେଣୁ ଅନେକ ଲୋକ ଏଠାରେ ଭିଡ଼ ଜମାଉଛନ୍ତି। ପାଣିରେ ବୁଡ଼ି କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତଥାପି କିଛି ପର୍ଯ୍ୟଟକ ଏଠାକୁ ବୁଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା କୁହାଯାଉଛି।

Leave A Reply

Your email address will not be published.