ଆଜି ଠାରୁ ବଢିଲା ଓମ୍ଫେଡ କ୍ଷୀରର ଦର, ଲିଟର ପିଛା ୨ ଟଙ୍କା ବୃଦ୍ଧି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଠାରୁ ବଢିଲା ଓମ୍ଫେଡ କ୍ଷୀର । ଲିଟର ପିଛା ୨ ଟଙ୍କା ବୃଦ୍ଧି ଆଜି ଠାରୁ ନୁଆ ଦର ଲାଗୁ । କେବଳ ପେଟ୍ରୋଲ ନୁହେଁ ଗୋ ଦାନା, ବିଜୁଳି ଦର ବୃଦ୍ଧି, ପ୍ୟାକିଂ ସାମଗ୍ରୀର ଦରଦାମ ବୃଦ୍ଧି ପାଇଁ ଓମ୍ଫେଡର ଦର ବୃଦ୍ଧି ହୋଇଛି । ଆଗରୁ ଲିଟର ପିଛା ୪୬ ଟଙ୍କା ଥିବା ବେଳେ ୨ ଟଙ୍କା ବୃଦ୍ଧି ହୋଇ ୪୮ ଟଙ୍କା ହୋଇଛି । ଆଗକୁ ଏବେ ଆଉ ଓମ୍ଫେଡ୍ ଦର ବୃଦ୍ଧି ହେବାର ସମ୍ଭାବନା ନାହିଁ ବୋଲି କହିଚନ୍ତି ଓମ୍ଫେଡ୍ କର୍ତ୍ତୁପକ୍ଷ

ବଢ଼ିଲା ଓମ୍ପେଡ଼ ଦର । ଲିଟର ପିଛା ୨ ଟଙ୍କା ହେଲା ମହଙ୍ଗା। ଫଳରେ ୪୬ ଟଙ୍କା ପରିବର୍ତ୍ତେ ଏବେ ଦେବାକୁ ପଡୁଛି ୪୮ ଟଙ୍କା। ତେବେ ଦୁଗ୍ଧ ଚାଷୀଙ୍କ ହିତ ପାଇଁ ଦାମ ବଢ଼ାଇଥିବା ଓମ୍ଫେଡ଼ କର୍ତ୍ତୃପକ୍ଷ କହିଛନ୍ତି। ବର୍ଦ୍ଧିତ ୨ ଟଙ୍କାରୁ ସିଧାସଳଖ ୧ଟଙ୍କା ୩୫ ପଇସା ଚାଷୀଙ୍କ ପକେଟକୁ ଯିବ। ଏହା ବ୍ୟତୀତ ପାକେଜିଂ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବଢିଛି ବୋଲି କହିଛନ୍ତି। ଏହାସହ ସ୍ପେଶାଲ କ୍ଷୀର ଓମ୍ଫେଡ଼ ତରଫରୁ ଆଜିଠୁ ବଜାରକୁ ଆସିଛି। ବଜାରରେ ଚା ଦର ଯେମିତି ବୃଦ୍ଧି ନ ପାଇବ ସେଥିପାଇଁ ପୁରୁଣା ଦାମ ଅର୍ଥାତ ଲିଟର ୪୬ ଟଙ୍କାରେ ଏହି କ୍ଷୀର ବଜାରରେ ଉପଲବ୍ଧ ରହିଛି। ପ୍ରଥମେ ଭୁବନେଶ୍ୱର, କଟକ ଓ ପୁରୀ ରେ ଉପଲବ୍ଧ ରହିଛି ଏହି କ୍ଷୀର। ପରେ ରାଜ୍ୟବ୍ୟାପୀ ସପ୍ଲାଏ ହେବ।

ସେପଟେ କ୍ଷୀର ଦର ବୃଦ୍ଧିକୁ ନେଇ ଦୋ ଛକିରେ ଚା ବ୍ୟବସାୟୀ। କାରଣ ଏବେ ପୁରୁଣା ଦରରେ ଚା ବିକ୍ରି କଲେ ବ୍ୟବସାୟୀଙ୍କର କ୍ଷତି ହେବ। ଏପଟେ ଦର ବୃଦ୍ଧି କଲେ ଗ୍ରାହକ ଅସନ୍ତୋଷ ହେବେ ବୋଲି କହିଛନ୍ତି। ଏହାସହ ଚା ପ୍ରେମୀମାନେ ମଧ୍ୟ ଦୁଗ୍ଧ ଦର ବୃଦ୍ଧି ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବ ବୋଲି କହିଛନ୍ତି। ମାର୍ଚ୍ଚ ୨୦୨୦ ରେ ଶେଷଥର ପାଇଁ କ୍ଷୀର ଦାମ ବୃଦ୍ଧି ପାଇଥିଲା। ଏହା ପରେ କୋଭିଡ ଓ ଆର୍ଥିକ ସ୍ଥିତି ଦେଖି କୌଣସି ଦାମ ବୃଦ୍ଧି ପାଇନଥିବାବେଳେ ଗୁରୁବାର ଠାରୁ ନୂଆ ଦର ଲାଗୁ ହୋଇଛି।

Leave A Reply

Your email address will not be published.