ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କ୍ୟାନ୍ସରରେ ବହୁଦିନ ଧରି ପୀଡିତ ଥିଲେ ବିତ୍ତିହୋତ୍ର । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ହେଉଛନ୍ତି ବିତ୍ତିହୋତ୍ର। ୨୦୦୬ ମସିହାରେ ସେ ଚର୍ଚ୍ଚାକୁ ଆସିଥିଲେ।
ତେବେ ସୂଚନା ଅନୁଯାୟୀ, ବିତ୍ତିଙ୍କ ନାଁରେ ତାଙ୍କ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଥିଲା । ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ କରିଥିଲେ ଯୁବତୀ । ଏହି ଘଟଣାରେ ରାଜସ୍ଥାନ ପୋଲିସ ବିତ୍ତିହୋତ୍ରଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ୍ । ଏହାପରେ ଗିରଫର ୯ ଦିନ ପରେ ତାଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ତାଙ୍କୁ ୭ ବର୍ଷ ଜେଲ୍ ସହ ୧୦ ହଜାର ଜୋରିମାନା ଆଦେଶ କରିଥିଲେ । ହେଲେ ମା’ଙ୍କ ଦେହ ଖରାପ ଥିବା କାରଣ ଦର୍ଶାଇ ପରୋଲରେ ଆସିଥିଲେ ବିତ୍ତିହୋତ୍ର । ଏହାପରେ ସମୟ ଅବଧି ସରିବା ପରେ ବି ଜେଲକୁ ନଫେରି ଫେରାର ହୋଇଯାଇଥିଲେ ।
ଦୀର୍ଘ ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ କେରଳରୁ ଧରାପଡିଥିଲେ ବିତ୍ତିହୋତ୍ର। ସେଠାରେ ମିଛ ପରିଚୟ ପତ୍ର ଦେଇ ସେ ରହୁଥିଲେ। କିନ୍ତୁ ପୁଲିସ୍ ହାତରେ ଶେଷରେ ଧରାପଡିଯାଇଥିଲେ। ୫ ବର୍ଷ ଜଲରେ ରହିବା ପରେ କ୍ୟାନସରେ ପୀଡିତ ହେବା ପରେ ଜାମିନ ଆବେଦନ କରିଥିଲେ । ଜେଲରେ ପାଞ୍ଚ ବର୍ଷ ପୂରିଥିବାରୁ ଜାମିନ ଦେଇଥିଲେ କୋର୍ଟ । ପ୍ରାୟ ମାସେ ହେବ ସେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି ।