ଗଛ ସହ କାର ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ; ୨ ଗୁରୁତର ଓ ୨ ଆହତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିକିଡ଼ିଆ ଗ୍ରାମର ଲକ୍ଷ୍ମୀନାରାୟଣ ମଠ ସମ୍ମୁଖରେ ଥିବା ଗଛ ସହ କାର ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ, ୨ ଗୁରୁତର ୨ ଆହତ | ଖୁଣ୍ଟା ଥାନା ତଥା କୁଆମରା ଫାଣ୍ଡି ଅଧିନସ୍ଥ ସିକିଡ଼ିଆ ଗ୍ରାମଠାରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚ଼ନା ଅନୁଯାୟୀ, ଖୁଣ୍ଟା ଥାନା ଅଧିନ ରାଣୀବନ୍ଧ ଗ୍ରାମର ୫ଜଣ ଯୁବକ ବାଲେଶ୍ଵର ଜିଲ୍ଲା ରେମୁଣା ଅଞ୍ଚଳକୁ ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ କାର ଯୋଗେ ଯାଇଥିଲେ ।

ତେବେ ଗତ ବିଳମ୍ବିତ ରାତ୍ରୀରେ ସେମାନେ ଏକ କାର ଯୋଗେ ବାଲେଶ୍ୱରରୁ ନିଜ ଗ୍ରାମ ରାଣିବନ୍ଧ ଫେରୁଥିଲେ । ମାତ୍ର ଫେରିବା ବାଟରେ ଗତ ରାତ୍ରୀ ପ୍ରାୟ ୧୨.୨୦ ମିନିଟ ସମୟରେ କୁଆମରା – ସିକିଡ଼ିଆ ରାସ୍ତାଦେଇ ଆସୁଥିବା ବେଳେ ସିକିଡ଼ିଆ ଗ୍ରାମର ଲକ୍ଷ୍ମୀନାରାୟଣ ମଠ ସମ୍ମୁଖରେ ଥିବା ଏକ ଗଛକୁ ସଂପୃକ୍ତ ଗାଡିଟି କୌଣସି କାରଣରୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ ବିଳମ୍ବିତ ରାତ୍ରୀରେ ଦୁର୍ଘଟଣାର ଶବ୍ଦ ପାଇ ଗ୍ରାମବାସୀ ମାନେ ଯୁବକମାନଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଘଟଣାସ୍ଥଳରେ ଶୁଶାନ୍ତ ବେହେରାଙ୍କର ମୃତ୍ୟୁ ଘଟିଥିଲା ଏବଂ ଏହି ଗାଡ଼ିରେ ଥିବା ଅନ୍ୟ ୪ ଜଣଙ୍କୁ ଚିକିତ୍ସା ପାଇଁ ବାଲେଶ୍ଵର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।

ତେବେ ସେଠାରେ ୨ ଜଣଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଓ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାଯାଇଛି । ତେବେ ଆଜି ସକାଳ ୯ ଟା ସମୟରେ ଘଟଣା ସ୍ଥଳରେ ଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶୁଶାନ୍ତ ବେହେରାଙ୍କ ଶବ ବ୍ୟବଚ୍ଛେଦ ପରେ ଦିନ ୨ ଟା ସମୟରେ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.