କେନ୍ଦ୍ରାପଡ଼ା ଜିଲ୍ଲାରେ ଅନ୍ତର୍ଜାତୀୟ ହୁଇଲ ଚେୟାର ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାରେ ଅନ୍ତର୍ଜାତୀୟ ହୁଇଲ ଚେୟାର ଦିବସ | ଏହି ଅବସରରେ କେନ୍ଦ୍ରାପଡା ଅଟୋନମସ କଲେଜ ପରିସରରେ ଏକ ଦିବ୍ୟାଙ୍ଗ ବାସ୍କେଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |

ଭିନ୍ନକ୍ଷମ ସହାୟ ଅନୁଷ୍ଠାନ “ପୁନର୍ବାସ “ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ 20 ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ | 40ମିନିଟ ମଧ୍ୟରେ ଶେଷ ହୋଇଥିବା ଏହି ମ୍ୟାଚରେ ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ଭିନ୍ନକ୍ଷମ କ୍ରୀଡ଼ାବିତ ଯୋଗ ଦେଇଥିଲେ | ସେଥିମଧ୍ୟରୁ କେନ୍ଦ୍ରାପଡ଼ାର 16 ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ | କ୍ରୀଡ଼ାବିତ ମାନଙ୍କୁ “ଏ” ଓ “ବି” ଏହି ଭଳି ଦୁଇଟି ଟିମରେ ବିଭକ୍ତ କରାଯାଇଥିଲା |

40 ମିନିଟ ମଧ୍ୟରେ ଶେଷ ହୋଇଥିବା ଏହି ମ୍ୟାଚରେ ‘ବି’ ଟିମ ‘ଏ’ ଟିମକୁ 2-3 ଗୋଲରେ ହରାଇ ବିଜୟୀ ହୋଇଥିଲା | ତେବେ ହାର ଜିତ କୁ ପଛରେ ପକାଇ ଏକ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚ ଦିବ୍ୟାଙ୍ଗ କ୍ରୀଡ଼ାବିତ ମାନଙ୍କ ପାଇଁ ନିଜ ପ୍ରତିଭା ପ୍ରଦର୍ଶନ କରିବାର ଏକ ସୁଯୋଗ ଆଣି ଦେଇଥିଲା |

Leave A Reply

Your email address will not be published.