କବିସୂର୍ଯ୍ୟନଗର ସହରରେ ଫୁଟିଲା ବୋମା ଓ ବୁଲିଲା ଖଣ୍ଡା, ଜଣେ ଗୁରୁତର ଆହତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରରେ ଫୁଟିଲା ବୋମା, ବୁଲିଲା ଖଣ୍ଡା, ବୋମା ଓ ଖଣ୍ଡାରେ ଆକ୍ରମଣ ଶିକାର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ଜଣେ ଆହତ । କବିସୂର୍ଯ୍ୟନଗର ସହରର ମୁଖ୍ୟ ବଜାର ଉପରେ ଅ।ଜି ରାତ୍ର 9 ଘ ସମୟରେ ଏକ ଅ।କ୍ରମଣ ଘଟଣା ଘଟିଛି । ଏହି ଅ।କ୍ରମଣରେ କବିସୂର୍ଯ୍ୟନଗର ନଇସାହିର ଦୁଇଜଣ ଗୁରୁତ୍ଵର ଅ।ହାତ ହୋଇଥିବା ବେଳେ ପ୍ରଥମେ ସ୍ତାନିୟ ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ତାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ତେବେ ଗୁରୁତ୍ଵର ଦୁଇଜଣ ଦାଦା ପୁଅ ଭାଇ ବୋଲି ସୂଚନା ମିଳିଥିବା ବେଳେ ଅ।କ୍ରମଣର ଅସଲ କାରଣ ଜଣାପଡି ନାହିଁ ।

ପୋଲିସ ପହଁଚି ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଅ।ତମ୍ଵ କରିଛି । ତେବେ ଅ।କ୍ରମଣକାରୀ ମାନେ ଫେରାର ବେଲେ ତେଲିସାହି ଓ ବାଙ୍କିବେହେରା ସାହିରେ ଚାରିରୁ ଅଧିକ ବୋମା ମାଡ କରିଥିବା ସୂଚନା ମିଳିଛି । ଗୁରୁତ୍ଵର ଦୁଇ ହେଲେ ସିମାଞ୍ଚଳ ଗୌଡ଼ (ପାଣ୍ଡା ଗୌଡ) ଓ ସୁଶାନ୍ତ ଗୌଡ଼ (ସାନୁ ଗୌଡ)। ଆକ୍ରମଣ କାରିକୁ ପୋଲିସ ଖୋଜୁଛି ଓ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି l ଗୁରୁତର ସୁଶାନ୍ତର ଡାହାଣ ହାତର ବୃଦ୍ଧlଙ୍ଗୁଳି ବ୍ୟତୀତ ଚାରି ଆଙ୍ଗୁଠି ଝୁଲିଛି ସହ ମୁଣ୍ଡ ଓ ବାମ ହାତକୁ ଖଣ୍ଡାରେ ଆକ୍ରମଣ ହୋଇଛି l ସେହିପରି ସିମାଞ୍ଚଳ ଗୌଡ଼ ର ଡାହାଣ ହାତ ଓ ମୁଣ୍ଡକୁ ଖଣ୍ଡାରେ ଆକ୍ରମଣ ହୋଇଛି।

Leave A Reply

Your email address will not be published.