ଏଣିକି ଅନଲାଇନରୁ ଡାଉନଲୋଡ୍ ହେବ Driving License

0

ଆପଣଙ୍କୁ ଆଉ ଆରଟିଓ ଅଫିସରେ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ଏଣିକୁ ଘରେ ବସି ଅନଲାଇନରୁ ଡାଉନଲୋଡ୍ କରିପାରିବେ ସମସ୍ତ ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର । ପୂର୍ବରୁ ଚାଲିଆସୁଥିବା ସ୍ମାର୍ଟ କାର୍ଡର ଯୁଗ ସରିଯାଇଛି କହିଲେ ଚଳେ । ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ ହେଉଛି । ଆସନ୍ତା ଜାନୁଆରୀ ୧ ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ତେବେ ସମସ୍ତ କାଗଜପତ୍ର ଉପରେ କର୍ତ୍ତୃପକ୍ଷଙ୍କର ଡିଜିଟାଲ ଦସ୍ତଖତ ରହିବ । ଡାଉନଲୋଡ୍ ହୋଇଥିବା ଏହି ପିଡିଏଫ୍ ପୋଲିସ ଚେକିଂ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥାରେ ଗ୍ରହଣଯୋଗ୍ୟ ହେବ । ନୂଆ ବ୍ୟବସ୍ଥା ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବାଣିଜ୍ୟ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ ଓ ପରମିଟ୍ ଆଦି ଅନଲାଇନରୁ ଡାଉନଲୋଡ୍ କରିହେବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି ।

ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍ ଲିମିଟେଡ୍ ସହ ହୋଇଥିବା ଚୁକ୍ତି ଗତ ଜୁଲାଇ ୨୮ରେ ସମାପ୍ତ ହୋଇସାରିଛି । ପରେ ରାଜ୍ୟ ସରକାର ଉକ୍ତ ସଂସ୍ଥା ସହ ଚୁକ୍ତିର ନବୀକରଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଗାଡ଼ିର ସମସ୍ତ କାଗଜପତ୍ର ପୋଷ୍ଟାଲରେ ଆସୁଥିବାରୁ ବହୁତ ବିଳମ୍ବ ହେଉଥିଲା । ଅନେକ ସ୍ଥଳରେ ଠିକଣା ଠିକ୍ ଥିଲେ ମଧ୍ୟ କର୍ମଚାରୀ ଚିଠି ଦେଉନଥିବା ଅଭିଯୋଗ ଆସୁଥିଲା । ଘରକୁ କାଗଜପତ୍ର ପହଞ୍ଚିବା ନେଇ ଦେୟ ଗାଡ଼ି ମାଲିକ ଦେଉଥିଲେ । ଏଥିସହ ସ୍ମାର୍ଟ କାର୍ଡ ପ୍ରସ୍ତୁତି ନେଇ ଟଙ୍କା ଖର୍ଚ୍ଚ ହେଉଥିଲା । ତେଣୁ ସମସ୍ତ ଅଭିଯୋଗ ଓ ସମସ୍ୟାକୁ ଆଖି ଆଗରେ ରଖି ସରକାର ସ୍ମାର୍ଟ କାର୍ଡକୁ ହଟାଇ ଇଣ୍ଟରନେଟରୁ ଡାଉନଲୋଡ୍ କରିବାର ସୁବିଧାକୁ ଉପଲବ୍ଧ କରାଇଛନ୍ତି ।

Leave A Reply

Your email address will not be published.