କାହିଁକି ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଲୋକଙ୍କୁ ମିଳିବ ନାହିଁ? ପ୍ରଶ୍ନ କଲେ ବିରୋଧୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ)  ରାଜ୍ୟରେ ଏବେ ମାଗଣା ବିଦ୍ୟୁତ୍‍ ଦାବି ବଢିବାରେ ଲାଗିଛି। ବିଶେଷକରି ଦିଲ୍ଲୀ ପରେ ପଞ୍ଜାବ ସରକାର ଲୋକଙ୍କୁ ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା ପରେ ଓଡିଶାରେ ଅନୁରୂପ ଦାବି ଜୋର ଧରୁଛି।

ଓଡିଶାରେ ମାଗଣା ବିଜୁଳି ଯୋଗାଣ ଦାବୀ ସହ ଘନ ଘନ ବିଦୁତ କାଟ ଗ୍ରାହକମାନଙ୍କର ଅସନ୍ତୋଷ ବଢ଼ିବାରେ ଲାଗୁଛି।ରାଜ୍ୟ ସରକାର 2015 ମସିହାରେ ପାଖାପାଖି 1563 କିଲୋ୍ୱଟ ବିଦୁତ ଉତ୍ପାଦନ କରୁଥିବା ବେଳେ ଏବେ ଏହା ବୃଦ୍ଧି ଘଟି ପାଖାପାଖି 2500 ମେଗାୱାର୍ଟରେ ପହଂଚିଲାଣି। ଵାହର ରାଜ୍ୟକୁ ବିଦୁତ ବିକ୍ରି ହେଉଥିବା ବେଳେ କାହିଁକି ରାଜ୍ୟରେ 200 ୟୁନିଟ ପର୍ଯନ୍ତ ମାଗଣା ବିଦୁତ ଯୋଗାଣ ହେବନି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତା।

ସେପଟେ ୨୪ ଘଣ୍ଟା ନିରବିଚ୍ଛିନ୍ନ ବିଦ୍ୟୁତ୍ ଶକ୍ତି ଯୋଗାଣ ପାଇଁ ଟିପିସିଓଡ଼ିଏଲ ସଂକଳ୍ପବଦ୍ଧ।ଏଥିପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି। ସେଭଳି ଭାବରେ ବିଦୁତ କାଟ ହେଉନାହିଁ।  ଅଭିଯୋଗ ଆସିଲେ ସମସ୍ୟାର ସମାଧାନ ନିଶ୍ଚିନ୍ତ କରାଯିବ ବୋଲି ଟିପିସିଓଡିଏଲର ସିଇଓ କହିଛନ୍ତି।ଏଥିପାଇଁ ସ୍ୱତନ୍ତ୍ର ଭାବରେ ୮ଟି ଟିମ୍‌ ମଧ୍ୟ ସତର୍କ ହୋଇ ରହିଛନ୍ତି।କିଛି ଟ୍ରାନ୍ସଫରମର କାରଣରୁ ଲୋ ଭୋଲଟେଜ୍ ଉପୁଜିଵା ସମସ୍ୟା ସାମ୍ନାକୁ ଆସୁଛି। ତେଣୁ ସେ କ୍ଷେତ୍ରରେ ଟ୍ରାନ୍ସଫରମର ବଦଳାଇବା ପାଇଁ ବ୍ୟବସ୍ଥା କରାଯାଉଛି।ସେପଟେ ବିଦୁତ ୟୁନିଟ ପିଛା ଅର୍ଥ କମାଇବା ଦାବୀ ଜୋର ଧରିଥିବା ବେଳେ ବିଦୁତ କାଟ ଅସନ୍ତୋଷକୁ ଦୁଇଗୁଣିତ କରିଛି।

Leave A Reply

Your email address will not be published.