ଜୁନରେ ୨୧ରେ OTET ପରୀକ୍ଷା

0

ଓଡ଼ିଆ ନ୍ୟୁଜ୍: ଜୁନ୍‌ ୨୧ରୁ ରାଜ୍ୟରେ ହେବ OTET ପରୀକ୍ଷା।OTET ପରୀକ୍ଷା ନେଇ ବୋର୍ଡ ପକ୍ଷରୁ ସୂଚନା। ଜୁନ୍ ୨୧ ତାରିଖରେ ଓଟିଇଟି ପରୀକ୍ଷା ହେବା ପାଇଁ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଏଥର ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୨ୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ ।

ତେବେ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ବୋର୍ଡ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ପରୀକ୍ଷାକୁ କିପରି ସୁପରିଚାଳନା ଭାବେ କରାଯିବ । ସେନେଇ ଅନେକ ପଦକ୍ଷେପ ନେଉଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପିରିକି ପରୀକ୍ଷା ସେଣ୍ଟରକୁ ଯିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ତନତନ କରି ଯାଞ୍ଚ କରାଯିବ । ସମସ୍ତ ପ୍ରଶ୍ନପତ୍ରକୁ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।

Leave A Reply

Your email address will not be published.