ଓଡ଼ିଆ ନ୍ୟୁଜ୍: ଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅପିଲ୍। ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି। PMଙ୍କ କଥା ମାନି ତେଲ୍ କମ୍ ବ୍ୟବହାର କରିବାକୁ ମନ୍ତ୍ରୀଙ୍କ ପରାମର୍ଶ। PMଙ୍କ କାରକେଡ୍ ଗାଡ଼ି ସଂଖ୍ୟା ହ୍ରାସ ନିଷ୍ପତ୍ତିକୁ ମନ୍ତ୍ରୀଙ୍କ ସ୍ୱାଗତ। ମୁଁ ନିଜେ ସରକାରୀ ବସ୍ରେ ଯିବା ଆସିବା କରିବି: ମନ୍ତ୍ରୀ।
ପଶ୍ଚିମ ଏସିଆର ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଅର୍ଥନୀତି ସୁରକ୍ଷା ପାଇଁ ସୁନା, ତେଲ କମ୍ ବ୍ୟବହାର, ବୈଦେଶିକ ଗସ୍ତ ବର୍ଷକ ପାଇଁ ନକରିବାକୁ ନିବେଦନ କରିଛନ୍ତି । ଆଜିର ଦିନର ଆବଶ୍ୟକତା ହେଉଛି ଇଭି । ଅଧିକରୁ ଅଧିକ ଇଭି ବ୍ୟବହାର କରନ୍ତୁ । ୱାର୍କ ଫର୍ମ ହୋମ୍କୁ ଗୁରୁତ୍ଵ ଦେବା । ଯାହାଦ୍ୱାରା ଆମ ଦେଶର ଅର୍ଥନୀତି ସୁରକ୍ଷିତ ରହିବ । ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଗାଡିକୁ ଇଭିରେ ପରିବର୍ତ୍ତନ କରାଯିବ ।
ମୁଁ ଯେତେବେଳେ ଯିବି ସରକାରୀ ବ ଯିବି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ପ୍ରୋଟୋକଲକୁ ଦୃଷ୍ଟିରୁ ପାଇଲଟିଂ ଗାଡି ଯିବ । ମୋ ଗସ୍ତ ସମୟରେ ତିନୋଟି ଗାଡି ଯାଉଥିଲା, ଏବେ କିନ୍ତୁ ଗୋଟିଏ ଗାଡିରେ ଯିବି । ପ୍ରଧାନମନ୍ତ୍ରୀଙ୍କ ନିବେଦନ ଆମ ଠାରୁ ପ୍ରତିଫଳନ ହେବା ଆବଶ୍ୟକ । ୨୦୨୮ ପର୍ଯ୍ୟନ୍ତ ଇଭି ଗାଡି କିଣା ସବସିଡିକୁ ବୃଦ୍ଧି କରାଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।