ବାରାମତୀରେ ବିମାନ କ୍ରାସ୍‌

0

ଓଡ଼ିଆ ନ୍ୟୁଜ୍: ମହାରାଷ୍ଟ୍ର ବାରାମତୀରେ ଟ୍ରେନିଂ ବିମାନ କ୍ରାସ୍‌; ପାଇଲଟ୍ ସୁରକ୍ଷିତ। ୨ ସିଟ୍‌ ବିଶିଷ୍ଟ ଟ୍ରେନିଂ ଏୟାରକ୍ରାପ୍ଟ ଦୁର୍ଘଟଣାଗ୍ରସ୍ତ। ରେଡ୍‌ ବାର୍ଡ ନାମକ ଘରୋଇ ବିମାନ କ୍ରାସ୍‌ ; କାରଣ ଅସ୍ପଷ୍ଟ।ତେବେ ସେହି ବାରାମତୀ ବିମାନବନ୍ଦର ନିକଟରେ ଆଜି ସକାଳେ ‘ରେଡ୍ ବାର୍ଡ ଆଭିଏସନ୍’ (Red Bird Aviation) ର ଏକ ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ କରିଛି। ତେବେ ସୌଭାଗ୍ୟବଶତଃ ବିମାନରେ ଥିବା ଏକମାତ୍ର ପାଇଲଟ୍ ସୁରକ୍ଷିତ ଥିବା ଜଣାପଡ଼ିଛି।

ପୁଣେ ପୋଲିସ ଅଧୀକ୍ଷକ ସନ୍ଦୀପ ସିଂ ଗିଲ୍ଙଙ୍କ ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ଟା ୫୦ ମିନିଟ୍ ସମୟରେ ବାରାମତୀ ବିମାନବନ୍ଦର ସଂଲଗ୍ନ ଗୋଜୁବାଭି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନଟି କମ୍ ଉଚ୍ଚତାରେ ଉଡ଼ୁଥିବା ସମୟରେ ହଠାତ୍ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। କ୍ରାସ୍ ଲ୍ୟାଣ୍ଡିଂ କରିବା ସମୟରେ ବିମାନଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ତଳେ ପଡ଼ିଯାଇଥିଲା।

ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିବା ପୂର୍ବରୁ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନରେ କେବଳ ଜଣେ ପ୍ରଶିକ୍ଷାର୍ଥୀ ପାଇଲଟ୍ ଥିଲେ ଏବଂ ତାଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ। ପୋଲିସ ପକ୍ଷରୁ ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ପଠାଯାଇଛି।ଘଟଣାସ୍ଥଳରେ ପୁଣେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିମାନଟି କେଉଁ କାରଣରୁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଲା ଏବଂ ଦୁର୍ଘଟଣା ପଛର ପ୍ରକୃତ କାରଣ କ’ଣ, ସେ ନେଇ ନାଗରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କୁ ଅବଗତ କରାଯାଇଛି।

Leave A Reply

Your email address will not be published.