ଗଡବାନ୍ଧଗୋଡା ଓ ସାଇଁକୁଳ ରେ ଆମ ଓଡ଼ିଶା ନବିନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଘସିପୁରା ବ୍ଲକ ଅନ୍ତର୍ଗତ ଗଡବାନ୍ଧଗୋଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶଶିକାନ୍ତ ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆମ ଓଡ଼ିଶା ନବିନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ |  ଅତିଥି ଭାବେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର , ବିଡ଼ିଓ ମାନସ ରଞ୍ଜନ ସାମଲ, ଜିଲ୍ଲା ପରିଷଦ ସଦସ୍ୟ ସଂଜୟ ମଲ୍ଲିକ ସମିତି ସଭ୍ୟ ବିଜୟ ଜେନା, ଯୋଗଦାନ କରି ସରକାର ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ପଞ୍ଚାୟତ ସଭାନେତ୍ରୀ କଳ୍ପନା ବିଶ୍ଵାଳ, ସମ୍ପାଦିକା ମନୋରମା ସାହୁ, ଏମବିକେ ସୁରେଖା ହେମ୍ରମ୍, ଦେବାଶିଷ ପାତ୍ର, ଭାରତ ଭୂଷଣ ନାୟକ, ଶୁଶାନ୍ତ ବିଶ୍ଵାଳ, ଜୟନ୍ତ ଗାନ୍ଧୀ ବିଶ୍ଵାଳ, ପିଇଓ ଚନ୍ଦ୍ରଭାନୁ ନାଏକ, ଜିଆରଏସ୍ ଅଶୋକ କୁମାର ସ୍ବାଇଁ, ବିଆରସି ରଶ୍ମିରଞ୍ଜନ ନାୟକ, ବିପିସି ସରୋଜ କୁମାର ମହାରଣା, ଏମ୍ ଆଇ ଦିଲ୍ଲୀପ କୁମାର ସାହୁ, ବିଏସଏସ୍ଓ ଶୁଭକାନ୍ତ ଜେନା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ସେହିପରି ସାଇଁକୁଳ ପଞ୍ଚାୟତ ର ସରପଞ୍ଚ ମୀରାରାଣୀ ନାୟକ ଙ୍କ ସଭାପତିତ୍ବରେ ଅତିଥି ଭାବରେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ବିଡ଼ିଓ ମାନସ ରଞ୍ଜନ ସାମଲ , ସମିତି ସଭ୍ୟ ଆନନ୍ଦ ସେଠୀ ଯୋଗଦେଇ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ବନ୍ଧରେ ସଚେତନତା କରିଥିଲେ।

ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ସରପଞ୍ଚ ବିଭାଷ ଚନ୍ଦ୍ର ନାୟକ, ନନ୍ଦକିଶୋର ବେହେରା, ଗୋପିନାଥ ସ୍ୱାଇଁ,ପିଇଓ ହରମୋହନ ନାଏକ, ଜିଆରଏସ୍ ନିର୍ମଳ ଶର୍ମା, ବିଏଲସି ବବିତା ବେହେରା, ମିଶନ ଶକ୍ତି ବିପିସି ସରୋଜ ମହାରଣା,ଏଇ ପ୍ରିୟଦର୍ଶିନୀ ସେଠୀ, ଏମ୍ ଆଇ ଦିଲ୍ଲୀପ କୁମାର ସାହୁ, ସବିତା ପଣ୍ଡିତ୍, ବିଏସଏସ୍ଓ ଶୁଭକାନ୍ତ ଜେନା, ବିଏଫଟି ରାଜେନ୍ଦ୍ର ମିଶ୍ର, ରମେଶ ପଣ୍ଡା,ଏମ୍ ବିକେ ସରୋଜିନୀ ଦାଶ, ବିଏଫଟି ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.