ଦିଗହରା ଶିଶୁ ଙ୍କ ପାଇଁ ଆଶାର ଆଲୋକ, ମୁଁ ବି ହେବି ଅଭିବାବକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦିଗହରା ଶିଶୁ ଙ୍କ ପାଇଁ ଆଶାର ଆଲୋକ, ମୁଁ ବି ହେବି ଅଭିବାବକ | ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ ସେମାନେ ଶିକ୍ଷିତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି ଆନନ୍ଦପୁର ବ୍ଲକ ଶାଳବଣି ବାଳିକା ବିଦ୍ୟାଳୟ ରେ ଅନୁଷ୍ଠିତ ମୁଁ ବି ଅଭିଭାବକ କାର୍ଯ୍ୟକ୍ରମ ର ତୃତୀୟ ସଂସ୍କରଣ ରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ପ୍ରଫେସର ତ୍ରିଲୋଚନ ନାୟକ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡ଼ ଅରୁନ୍ଧତୀ ଦେବୀ, ମୁଖ୍ୟ ବକ୍ତା ବରିଷ୍ଠ ସମାଜ ସେବୀ ନମ୍ରତା ଚଢ଼ା, ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ ।

ସଂମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ପ୍ରସନ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ଶ୍ରୀଧର ମହାରଣା, ଶିକ୍ଷକ ସରୋଜ କୁମାର ସାହୁ ଯୋଗ ଦେଇଥିଲେ । ଚଳଚ୍ଚିତ୍ର ନିର୍ମାତା ତ୍ରିଲୋଚନ ସାହୁ କାର୍ଯ୍ୟକ୍ରମ ର ଉଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ସିଙ୍ଗାପୁର ରେ ରହୁଥିବା ପକୀରପୁର ଗ୍ରାମର ସତ୍ୟ ସୁତାର ଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.